Site icon Awaj Media

ଚାଷ ଜମିରେ ଷଣ୍ଢଙ୍କ ଅସହ୍ୟ ଉତ୍ପାତ : ଚାଷୀ ହତାଶ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ନିଅଣ୍ଟିଆ ବର୍ଷା ପାଇଁ ଚାଷ ଜମି ସବୁ ରୁଆପୋତା ହୋଇ ପାରୁନାହିଁ ! ଯାହା ଯେମିତ ତଳି ପଡିଥିଲା , ତାହାକୁ ଜଗି ବସିଥିଲା ଚାଷୀକୁଳ | ଡମପଡା ବ୍ଲକରେ ସବୁ ଗାଁରେ ବହୁ ସଂଖ୍ୟାରେ ଷଣ୍ଢ ଏବଂ ବୁଲା ଗାଈ ଗୋରୁ ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି | କୌଣସି ପଂଚାୟତରେ କାଞ୍ଜିଆ ହୁଦା ନାହିଁ , କି ପୂର୍ବ ପରି ବ୍ଲକ ପ୍ରଶାସନ ତରଫରୁ ପଂଚାୟତ ମାନଙ୍କ ପାଇଁ ରାଜସ୍ବ ଆଦାୟର ମାଧ୍ୟମ ଥିବା କାଞ୍ଜିଆହୁଦା ନିର୍ମାଣ ପାଇଁ ତତ୍ପରତା ଦେଖାଉ ନାହାନ୍ତି | ଖରଫି ଫସଲ ତଥା ପନି ପରିବା ଚାଷ ପାଇଁ ଗାଁ ଗହଳିର କୃଷକ ଭାଇ ମାନେ ଧାର ଉଧାର କରି ଚାଷ କରୁଛନ୍ତି କିନ୍ତୁ ରାତି ଅଧରେ ଷଣ୍ଢ ଗାଈ ଗୋରୁ ଖାଇଦେଇ ସମ୍ପୂର୍ଣ ଚାଷ ଉଜାଡି ଦେଉଛନ୍ତି | ତେଣୁ ଚାଷୀଙ୍କ ଅସୁବିଧା ସମୟରେ ବାଙ୍କୀ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ କରିବା ଉଚିତ | ଦୁଲଣାପୁର, ଡମପଡା, କୁସୁନ୍ଦା ଗୋବିନ୍ଦପୁର, କୁସୁପଙ୍ଗି, ପାଥପୁର ପରି ବହୁ ପଂଚାୟତରେ ନାହିଁ ଗାଈ ଖୁଆଡ଼ | ଦିନ ବେଳେ ବିଲରୁ ଧାନ ଗଛ ଉଜାଡି ଦେଇ ବାଆଁରା ଗୋଡ଼ିସାହୁ ଠାରୁ ତାଳବସ୍ତ ସାମନ୍ତରାପୁର ଗାଁ ପର୍ଯ୍ୟନ୍ତ ରାତି ହେଲେ ରାଜ ରାସ୍ତାରେ ଶୋଇ ରହୁଛନ୍ତି | ଏଥିପ୍ରତି ବାରମ୍ବାର ଛୋଟ ବଡ଼ ଦୁର୍ଘଟଣା ମାନ ନିୟମିତ ଘଟୁଛି | ସରକାରୀ ବ୍ୟବସ୍ଥା ଗ୍ରହଣ ନହେଲେ , ଗ୍ରାମ୍ୟ ଚାଷରୁ ମୁଂହ ଫେରାଇ ବାଧ୍ୟ ବାଧକତାରେ ଚାଷୀ ସହରୀମୁଖା ହେବେ ଦିନ ମଜୁରିଆ କାମ କରିବା ପାଇଁ |

Exit mobile version