Site icon Awaj Media

ଜାରି ରହିଛି ରାଜସ୍ବ ଅମଲା ସଂଘ ସମୁହ ଛୁଟି ଆନ୍ଦୋଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବହୁ ପ୍ରତୀକ୍ଷିତ ଦଶ ଦଫା ଦାବୀ ପୁରଣ କରିବାରେ ରାଜ୍ଯ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ଓଡ଼ିଶା ରାଜସ୍ବ ଅମଲା ସଂଘ ସମୂହ ଛୁଟିରେ ଅଛନ୍ତି । ସେମାନଙ୍କ ଆନ୍ଦୋଳନ ବାର ଦିନରେ ପହଞ୍ଚିଛି। ସେମାନଙ୍କ ସମୂହ ଛୁଟି ଫଳରେ ଲୋକଙ୍କ ବିଭିନ୍ନ କାର୍ଯ୍ୟ ବନ୍ଦ ହେଇକି ପଡ଼ିଛି l ସେମାନେ ଜଣାଇଛନ୍ତି ଯେ ଏହି ଆନ୍ଦୋଳନ ସମୟରେ ଜନ ସାଧାରଣଙ୍କ ଯାହା ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ରାଜ୍ଯ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ମାନେ ଦକ୍ଷତାର ସହ ରାଜ୍ଯ ସରକାରଙ୍କ ପ୍ରତ୍ୟେକ ଜନହିତକର ଯୋଜନା ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ସିମୀତ ସମୟ ସୀମାରେ ତାଙ୍କର କାର୍ଯ୍ୟଗୁଡ଼ିକୁ କରି ଯୋଗାଇ ଦେଇ ଆସୁଥିଲେ ମଧ୍ଯ ସରକାର ସେମାନଙ୍କୁ ଅଣଦେଖା କରି ଆସୁଛନ୍ତି।ସେମାନଙ୍କର ଦାବି ଗୁଡିକ ମଧ୍ୟ ରେ ପ୍ରମୁଖ ଦାବିଗୁଡିକ ହେଲା, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ORSP-୨୦୧୭ ନିୟମ ଅନୁଯାଇ ଲେବେଲ୍- ୯ କୁ ବୃଦ୍ଧି କରାଇବା, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ସଂକଳ୍ପ ପତ୍ର ସଂଖ୍ୟା :- ୮୮୯୮ ତାରିଖ- ୧୫-୦୩-୨୪ ଅନୁଯାୟୀ ତଥା ସମସ୍ତ ୩୦ ଗୋଟି ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯିବା, ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବା, ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ୍ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବା ଇତ୍ୟାଦି ଅଛି। ପୁନଶ୍ଚ ଗଜପତି ଜିଲ୍ଲା ସମ୍ପାଦକ ଶ୍ରୀ ଶାନ୍ତୁନୁ ମିଶ୍ର ପ୍ରକାଶ କରିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଉପରେ ସଂଘର ଦୃଢ଼ ଆଶା ଓ ବିଶ୍ୱାସ ଅଛି ଯେ, ପୂର୍ବ ସରକାରଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ହଜାର ହଜାର ରାଜସ୍ୱ ଅମଲାଙ୍କୁ ଲୋକ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଲୋକଙ୍କ ସରକାର ଠାରୁ ନ୍ୟାୟ ନିଶ୍ଚିତ ମିଳିବ । ଦାବିପୂରଣ କରିବାରେ ସରକାର ନିଶ୍ଚିତ ରୂପେ ପଦକ୍ଷେପ ନେବା ଆଉ ଆମର ନାର୍ଯ୍ୟ ଦାବି ଗୁଡ଼ିକୁ ନିଶ୍ଚିତ ରୂପେ ପୂରଣ କରିବେ।

Exit mobile version