Site icon Awaj Media

ପ୍ରଶାସନ ଓ ରାଜ ନେତାଙ୍କ ନଜରରେ ନାହିଁ ବରଡାପାଳ ହରିଜନ ସାହି !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ପ୍ରଶାସନ ଓ ରାଜନେତାଙ୍କ ନଜରରେ ନାହିଁ ବରଡାପାଳ ହରିଜନ ସାହି l ଦୋଳା ରେ ବୁହା ହେଲେ ବୃଦ୍ଧ ରୋଗୀ l ଏହିପରି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାଉଁଶପୋଖରୀ ପଞ୍ଚାୟତର ବରଡାପାଳ ଗ୍ରାମର ହରିଜନ ସାହି ରେ l ଏହି ସାହି ଟି ବରଡାପାଳ ଆରଡ଼ି ରାସ୍ତା ଠାରୁ ପାଞ୍ଚ ସହ ମିଟର ଦୁରତାରେ ଅବସ୍ଥିତ , ହେଲେ କଣ ହେବ ପଞ୍ଚାୟତର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ,ସାଂସଦ ଓ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କାହାରି ନଜର ନାହିଁ ଏହି ହରିଜନ ସାହି ଉପରେ ! ଏହି ସାହିରେ ୨୫ ଗୋଟି ପରିବାର ବାସ କରି ରହୁଛନ୍ତି , ଏହି ଗ୍ରାମର ଲୋକ ମାନେ ଏକ ପ୍ରକାର ନଜର ବନ୍ଦୀ ହୋଇ ରହିଥିବା ଦେଖିବାକୁ ମିଳିଛି ! ଯାହାକି ଏହି ଗ୍ରାମ ରାସ୍ତାଟି ବର୍ଷା ଦିନେ ଏହିପରି କଦର୍ଯ୍ୟ ହୋଇ ଯିବା ଯୋଗୁଁ ରାସ୍ତାରେ ଚାଲି ଚାଲି ଯିବାଟା ବହୁତ କଷ୍ଟ ଏହି ଗ୍ରାମକୁ ରୋଗୀ ପଡ଼ିଥିଲେ କି ପ୍ରସୂତି ମାନଙ୍କୁ ଡାକ୍ତର ଖନା କୁ ନେବା ପାଇଁ ଆମ୍ବୁଲାନ୍ସ ଆସି ପାରୁ ନଥିବାରୁ ଦୋଳା ରେ ଓ ସାଇକଲ କୁ କାନ୍ଧରେ କାନ୍ଧେଇ ସେହି ଗ୍ରାମର ଲୋକ ମାନେ ଯାଉଥିବା ଦେଖିବାକୁ ମିଳିଛି ! ଅଙ୍ଗନୱାଡ଼ି ଓ ସ୍କୁଲ କୁ ପିଲାମାନେ ଯାଇପାରୁ ନାହାନ୍ତି l ଏହି ରାସ୍ତା ବିଷୟରେ ଗ୍ରାମବାସୀ ବିଡ଼ିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଶୁଣୁନାହାନ୍ତି  l ଯଦି ଏହି ରାସ୍ତା ମରାମତି ନ ହୁଏ ତାହା ହେଲେ ରାଜ ରାସ୍ତା ଅବରୋଧ କରିବୁ ବୋଲି ଗ୍ରାମବାସୀ କହିଛନ୍ତି l

Exit mobile version