Site icon Awaj Media

ତାଳବସ୍ତ ଗ୍ରାମ ପଂଚାୟତ ସଭାଗୃହରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଂଚାୟତ ସଭାଗୃହରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ | ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କଟକ ଆନୁକୂଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ତାଳବସ୍ତ ଆୟୁଷ ଆରୋଗ୍ୟ ଚିକିତ୍ସାଳୟର ମିଳିତ ଉଦ୍ୟମରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ପ୍ରତିରୋଧକ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ! ଅତିଥି ଭାବେ ଡମପଡା ମେଡିକାଲର ବରିଷ୍ଠ କ୍ଷେତ୍ର କାର୍ଯ୍ୟ ଅଧିକାରୀ ଦୁଃଶାସନ ବେହେରା, ଶ୍ରୀରାମ କମିଟି ସଭାପତି ବିଶ୍ୱ ରଞ୍ଜନ ସ୍ୱାଇଁ, ସମାଜସେବୀ ପ୍ରଭାତ ରାଜ, ତାଳବସ୍ତ ସି ଏଚ ସି ର ଏଲିନା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଆଶା ଏବଂ ଅଙ୍ଗନବାଡି କର୍ମଚାରୀ ମାନଙ୍କୁ ସଚେତନ ବକ୍ତବ୍ୟ ଉପସ୍ଥାପନ କରିଥିଲେ | ନିଜ ଘରୁ ସ୍ୱଛତା କାର୍ଯ୍ୟକ୍ରମ ବଜାୟ ରଖିଲେ ତାହା ସର୍ବବ୍ୟାପି ହେବା ସହିତ ସବୁ ପ୍ରକାର ସଂକ୍ରାମକ ରୋଗର ବିନାଶ ଘଟିବ ବୋଲି ଅତିଥି ମାନେ କହିଥିଲେ | ପଥଚାରି ମାନଙ୍କୁ ମ୍ୟାଲେରିଆ ଏବଂ ଡେଙ୍ଗୁ ସଚେତନତା ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା |

Exit mobile version