Site icon Awaj Media

ତାଳବସ୍ତ ପଂଚାୟତ : ସରକାରୀ କାର୍ଯ୍ୟାଳୟ ନା ଗାଈ ଗୁହାଳ ???

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦେଖନ୍ତୁ କେମିତି ଅଛି ଆମ ପଂଚାୟତ ପରିବେଶ ! ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଡମପଡା ବ୍ଲକର ତାଳବସ୍ତ ଗ୍ରାମ ପଂଚାୟତ ହେଉଛି ସବୁଠାରୁ ବଡ଼ ପଂଚାୟତ ଆୟତନ ଏବଂ ଲୋକସଂଖ୍ୟା ଦୃଷ୍ଟିରେ | ପଂଚାୟତ କାର୍ଯାଳୟ ପାଖରେ ରହିଛି ରାଜସ୍ୱ ନିରୀକ୍ଷ୍ୟକ ଏବଂ ଇଂରେଜ ଅମଳର ପ୍ରାଥମିକ ବାଳିକା ବିଦ୍ୟାଳୟ | ଆମ ପ୍ରତିନିଧି ପଂଚାୟତ ସଭାଗୃହରେ ହେଉଥିବା ଡେଙ୍ଗୁ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ କ୍ୟାମେରା ଲେନ୍ସରେ ଉତୋଳନ କରିଥିଲେ ପଂଚାୟତ ପରିସରର ଦୃଶ୍ୟ ଗୁଡିକୁ | ଗୋଟେ ପଟେ ସଚେତନ କାର୍ଯ୍ୟକ୍ରମ ହେଉଛି ଅନ୍ୟ ପଟେ ସେହି ସ୍ଥାନର ଚତୁଃପାର୍ଶ୍ୱର ପରିସର ବହୁତ ଆସ୍ୱାସ୍ଥ୍ୟକର ଓ ଅପରିଷ୍କାର ରହିଥିଲା | ପଂଚାୟତରେ ପିଅନ ଜଣେ ରହିଥିଲେ ବି ଚାରିଆଡେ ଅଳିଆ ଗଦା ହୋଇ ପଡି ରହିଛି | ମିଶନ ଶକ୍ତି ଘର ଥିଲେ ବି ଶୌଚାଳୟ ଜରାଜୀର୍ଣ ଅବସ୍ଥାରେ…. ଜଙ୍ଗଲ ଲତା ଏବଂ ସାପ ବେଙ୍ଗଙ୍କ ଆଶ୍ରୟସ୍ଥଳି ତାହା ପାଲଟିଛି | ପଂଚାୟତର ସରପଞ୍ଚ ଜଣେ ଖୋଦ ମହିଳା ଏବଂ ପ୍ରତିଦିନ ମହିଳା ଓ ସାଧାରଣ ଲୋକମାନେ ଆସି,କି ପ୍ରକାର ହଇରାଣ ହରକତ ହେଉଥିବେ ତାହା ଉକ୍ତ ସ୍ଥାନର ଅଵ୍ୟବସ୍ଥା ଦେଖିଲେ ଅନୁମାନ କରିହେବ | ପୂର୍ବ ସରପଞ୍ଚ ଦିନବନ୍ଧୁ ସାହୁଙ୍କ ଶାସନ ସମୟରେ ଯାହା କିଛି ଉର୍ଣ୍ଣତିର ନବ କଳେବର ହେଇଥିଲା… ସେତିକି ସେହିପରି ରହିଛି ବର୍ତ୍ତମାନ ସମୟରେ | ଯଦିଓ ତିନି ବର୍ଷ ନୂଆ ସରପଞ୍ଚ ମହୋଦୟାଙ୍କର କାର୍ଯ୍ୟ କଲେଣି… ସେପରି କିଛି ଆଖିଦୃଶିଆ କାର୍ଯ୍ୟ କରିପାରି ନାହାନ୍ତି | ଯୁବ ଗୋଷ୍ଟିଙ୍କ ପାଇଁ ହୋଇଥିବା ବ୍ୟାୟାମଶାଳ ଘରର ତାଲା କେତେବେଳେ ଖୋଲୁନାହିଁ | ସଭାଗୁହର ଛାତରୁ ଲୁହା କଂକ୍ରିଟ ଖସୁଛି | ବିଦ୍ୟୁତ ସରଞ୍ଜାମ ତଥା ଲାଗିଥିବା ସମସ୍ତ ଫ୍ୟାନ ଗୁଡିକର ହୁକ ଝୁଲୁଛି କିନ୍ତୁ ଫ୍ୟାନ କୋଉଠି ନାହିଁ |ପଂଚାୟତକୁ ଆସୁଥିବା ଲୋକମାନଙ୍କ ପାଇଁ ପାନୀୟଜଳର ସୁବିଧା ନାହିଁ | ବହୁ ଅବ୍ୟବସ୍ଥା ତଥା ନାହିଁ ନାହିଁ ଭିତରେ ଦଣ୍ଡାୟମାନ ହୋଉଛି ସ୍ମାର୍ଟ ଗାଁ ତାଳବସ୍ତ ଗ୍ରାମ ପଂଚାୟତ | ବ୍ଲକ ପ୍ରଶାସନର କେବେ ସୁ ଦୃଷ୍ଟି ପଡୁଛି ଦେଖାଯାଉ |

Exit mobile version