Site icon Awaj Media

ଜାତୀୟ କ୍ରୀଡା ଦିବସ ପାଳନ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଇଣ୍ଡୋର୍ ଷ୍ଟାଡିୟମ୍ବୁ ନୟାଗଡ଼ କଲେଜ୍‌ ପର୍ଯ୍ୟନ୍ତ ୫୦୦ ଅଂଶଗ୍ରାହୀଙ୍କ ସହିତ ଏକ ବିଶାଳ ରାଲି ଆୟୋଜିତ ହୋଇଥିଲା। ପରେ ନୟାଗଡ଼ ଇଣ୍ଡୋର୍ ଷ୍ଟାଡିୟମ୍ ପ୍ରାଙ୍ଗଣରେ ଶପଥ ଗ୍ରହଣ ଅନୁଷ୍ଠାନ ହୋଇଥିଲା। ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଏବଂ ଜିଲ୍ଲା କ୍ରୀଡା ଅଧୂକାରୀ ସୁଶ୍ରୀ ସୁଜାତା କୁମାରୀ ସାହୁ ଜାତୀୟ କ୍ରୀଡା ଦିବସର ଗୁରୁତ୍ବ ଉପରେ ଆଲୋକ ପାତ କରିଥିଲେ। ସେମାନେ ଭାରତର ପ୍ରସିଦ୍ଧ ହକି ଖେଳାଳି ମେଜର ଧ୍ୟାନଚନ୍ଦଙ୍କର ଅଦ୍ଭୁତ ଅବଦାନ ବିଷୟରେ କଥା କହିଥିଲେ। ଏହି ଅବସରରେ ନୟାଗଡ଼ କ୍ରୀଡା ହଷ୍ଟେଲର ପ୍ରଶିକ୍ଷକ ଇନ୍‌ଚାର୍ଜ, ଜିଲ୍ଲା ଆପ୍ଲେଟିକ୍ସ ସଂଘର ସଚିବ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଉପସ୍ଥିତ ଥିଲେ ! ବିଭିନ୍ନ ପ୍ରତିଯୋଗିତା ଯଥା— ବ୍ୟାଡମିଣ୍ଟନ୍, ଜିମ୍ନାସିୟମ୍, ୱେଟ୍‌ଲିସ୍ଟି, ଟଗ୍ ଅଫ୍ ଓର୍, ମ୍ୟୁଜିକ୍ ଚେୟାର୍ ଏବଂ ତାଇକ୍ଵାଣ୍ଡୋ ଇତ୍ୟାଦି ଇଣ୍ଡୋର୍ ଷ୍ଟାଡିୟମ୍ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା । ଅପରାହ୍ନରେ ସ୍ବୟଂଶାସିତ କଲେଜ୍ ଖେଳ ମଇଦାନରେ ନୟାଗଡ଼ ସ୍ପୋର୍ଟସ୍ ହଷ୍ଟେଲ୍ ବନାମ୍ ମର୍ଣିଙ୍ଗ କ୍ଲବ୍ ନୟାଗଡ଼ ମଧ୍ୟରେ ଏକ ସାମ୍ମିତିକ ଫୁଟବଲ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ଏହି ଖେଳରେ ନୟାଗଡ଼ ସ୍ପୋର୍ଟସ୍ ହଷ୍ଟେଲ୍‌ ବିଜୟୀ ହୋଇଥିଲା। ,ବିଜେତା ମାନଙ୍କୁ ଜିଲ୍ଲା ପରିଷଦ ଅଧକ୍ଷ ଇଂଞ୍ଜିନିଅର ଦେବାଶିଷ ପଟ୍ଟନାୟକ ଟ୍ରୋଫି ବଣ୍ଟନ କରିଥିଲେ !

Exit mobile version