Site icon Awaj Media

ବିଜୁ ଜନତା ଦଳ କଟକ ଜିଲ୍ଲାର ନୂତନ ସଭାପତି ଙ୍କ ବଡମ୍ବା ଗସ୍ତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବିଜୁ ଜନତା ଦଳ କଟକ ଜିଲ୍ଲାର ନୂତନ ସଭାପତି ଙ୍କ ବଡମ୍ବା ଗସ୍ତ ! କଟକ ଜିଲ୍ଲା ବିଜୁ ଜନତା ଦଳର ନୂତନ ସଭାପତି ପ୍ରଫୁଲ ସିଂ ଙ୍କ ବଡମ୍ବା ଗସ୍ତ କରିଥିଲେ । ପ୍ରଥମେ ବିଜୁ ଜନତା ଦଳ କାର୍ଯ୍ୟଳୟ ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ପରେ ସମସ୍ତ ବରିଷ୍ଠ କର୍ମକର୍ତ୍ତା ଙ୍କ ସହ ମା ତ୍ରିପୁରା ସୁନ୍ଦରୀ ଭଟାରିକା ଙ୍କ ପୀଠ କୁ ଯାଇ ମା ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ । ପରେ ବାବା ସିଂହାନାଥ ଙ୍କ ପୀଠରେ ପହଞ୍ଚି ବାବା ସିଂହନାଥଙ୍କ ଦର୍ଶନ କରିବା ସହ ବରିଷ୍ଠ ନେତୃତ୍ବ ଙ୍କ ସହ ସିଂହନାଥଙ୍କ ପୀଠରେ ଥିବା OTDC ବଙ୍ଗଳା ରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ! ଦଳ କିପରି ସୁଦୃଢ ହୋଇ ପାରିବ ପୁନଃଶ୍ଚ ସରକାର ଗଢ଼ିବ ସେ ଦିଗରେ ନେତୃମଣ୍ଡଳୀ ଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ପରିଷଦ ର ଉପସଭାପତି ଶ୍ରୀମତୀ ଶୁଭଦ୍ରା ଦାସ, କଟକ ନଗର ବରିଷ୍ଠ ନେତା ପ୍ରଶାନ୍ତ ନାୟକ, ବିଜୁ ଜନତା ଦଳର କାର୍ଯ୍ୟକରିଣୀ ସଦସ୍ୟ ପ୍ରକାଶ ସିଂ, ବିଜୟ ଓଝା, ତାପସ ମହାନ୍ତି, ବଡମ୍ବା ୩୦ ନମ୍ବର ଜୋନ ର ଜିଲ୍ଲା ପରିଷଦ ରବୀନ୍ଦ୍ର କୁମାର ସାହୁ, ସାନବାରସିଂହ ସରପଞ୍ଚ ସଦାନନ୍ଦ ସ୍ୱାଇଁ, ସୁଶାନ୍ତ କୁମାର ଜେନା, ଦିବ୍ୟ ଲୋଚନ ସ୍ୱାଇଁ, ବଡମ୍ବା ବିଜୁ ଜନତା ଦଳର ବରିଷ୍ଠ ନେତା ବୁଢା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version