Site icon Awaj Media

ସୋଗଲ ମାଟିରେ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସମ୍ବର୍ଦ୍ଧିତ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବିଧାୟକ , ଯୁବ ସମାଜସେବୀ ତଥା ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଉଲ୍ଳେଖନୀୟ ଅବଦାନ ନେଇ ସୋଗଲ ନିବାସୀ ବରିଷ୍ଠ ସମାଜସେବୀ ବଲ୍ଲଭ ଚରଣ ରାଉତଙ୍କ ଧର୍ମପତ୍ନୀ ଧର୍ମପ୍ରାଣା ଆଦର୍ଶ ନାରୀ ପ୍ରତିଭା ତଥା ସାଲେପୁର ବ୍ଲକ ୪୬ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସ୍ବର୍ଗତ ସଂଯୁକ୍ତା ରାଉତଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ ଅବସରରେ ତାଙ୍କ ନାମରେ ଗଠିତ ହୋଇଥିବା ସାମାଜିକ ସଂଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଂଯୁକ୍ତା ଦେବୀ ସ୍ମୃତି ସମ୍ମାନ – ୨୦୨୫ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଟ୍ରଷ୍ଟ ରାଜ୍ୟ ସଂଯୋଜକ ଇଂ.ସେବକ ଶ୍ରୀକାନ୍ତଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ସଂଯୁକ୍ତାଙ୍କ କନିଷ୍ଠ ପୁତ୍ର ଯୁବ ସମାଜସେବୀ ସନ୍ତୋଷ ରାଉତ ସ୍ବାଗତ ଭାଷଣ ସହ ଟ୍ରଷ୍ଟ ଆଭିମୁଖ୍ୟ ସଂପର୍କରେ ଅଭିଭାଷଣ ବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଂଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରି ସ୍ମୃତି ଚାରଣ କରିଥିଲେ । ଟ୍ରଷ୍ଟ ପକ୍ଷରୁ ପୂଜ୍ୟପୂଜା, ଆଲୋଚନା ଚକ୍ର ଓ ଚାରା ବଣ୍ଟନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଇଂ.ବସନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version