ପୁରୁଣା କେରାଣ୍ଡି ସଂଯୋଗୀ ରାସ୍ତା ମରାମତି ପାଇଁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୁରୁଣା କେରାଣ୍ଡି ଗ୍ରାମ ଠାରୁ ବି ଏନ୍ ପ୍ୟାଲେସ ପର୍ଯ୍ୟନ୍ତ ରାସ୍ତାର ପୁନଃଉଦ୍ଧାର ସହ ପ୍ରଶସ୍ତ ପିଚୁ ରାସ୍ତା କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା ! ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ପୁରୁଣା କେରାଣ୍ଡି ଗ୍ରାମ ଠାରୁ ବି ଏନ୍ ପ୍ୟାଲେସ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପୁନଃ ଉଦ୍ଧାର ସହ ରାସ୍ତା ପ୍ରଶସ୍ତ ଓ ପିଚୁ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ! ଗ୍ରାମର ୱାଡ଼ ସଭ୍ୟ ସରୋଜ ଜେନା, ସନ୍ତୋଷ ବରାଡ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାସ୍ତାଟି ବର୍ତ୍ତମାନ ଖାଲଖମାରେ ପରିପୂର୍ଣ ହୋଇ ପଡିଛି । ଗ୍ରାମବାସୀ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାସ୍ତା ଟିକୁ ପିଚୁ ରାସ୍ତା କରିଲେ ଯାତାୟାତରେ ସୁବିଧା ହେବ ବୋଲି ଗ୍ରାମବାସି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *