ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠର ଫରେଷ୍ଟ ଗେଟ ନିକଟରେ ଗଣେଶ ପୂଜା କମିଟି ପକ୍ଷରୁ ପବିତ୍ର ଗଣେଶ ପୂଜା ଅତି ଧୁମଧାମରେ ପାଳିତ ହେବା ସହ ଆଜି ଅନ୍ନ ପ୍ରସାଦ ବଣ୍ଟନର ଆୟୋଜନ କରାଯାଇଛି। ସନ୍ଧ୍ୟା ସମୟରେ ଆଳତୀ ଦର୍ଶନ କରିବା ପାଇଁ ଗ୍ରାମବାସୀଙ୍କ ସମେତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମରେ କମିଟି ମେମ୍ବର ସାହି ଲୋକଙ୍କ ସହଯୋଗରେ ଦୀର୍ଘ ବର୍ଷ ଧରି ଗଣେଶ ପୂଜା ସହ ଗଣେଶ ପୂଜା କମିଟି ପକ୍ଷରୁ ଅନ୍ନ ପ୍ରାସାଦର ଆୟୋଜନ କରାଯାଇଛି ।ଆଖପାଖ ଅଞ୍ଚଳର ପ୍ରାୟ ଚାରି ପାଞ୍ଚ ହଜାର ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦର ଆୟୋଜନ ହୋଇଛି। ଆଖ ପାଖ ଚାରି ପାଞ୍ଚ ଖଣ୍ଡ ଗ୍ରାମବାସୀ ଅନ୍ନ ପ୍ରସାଦ ସେବନ କରିଛନ୍ତି।ଶାନ୍ତି ଶୃଙ୍ଖଳାର ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଗଣେଶ ପୂଜା କମିଟି ମେମ୍ବରଙ୍କ ସମେତ ଆଖପାଖ ଅଞ୍ଚଳ ଗ୍ରାମବାସୀ ଙ୍କ ସହଯୋଗରେ ଏହି ଅନ୍ନ ପ୍ରାସାଦର ଆୟୋଜନ ହୋଇଛି।
ଫରେଷ୍ଟ ଗେଟ ଗଣେଶ ପୂଜା କମିଟି ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ !!!

