Site icon Awaj Media

ପାଚକ ପାଚିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀପତ୍ର !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପାଚକ ପାଚିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀପତ୍ର । ପଦ୍ମପୁର ସବ ଡ଼ିଭିଜନ ଅନ୍ତର୍ଗତ ପାଇକମାଳରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଦାବୀ ପତ୍ର ଦିଆଯାଇଛି । ମଧ୍ୟାହ୍ନ ଭୋଜନ ଆରମ୍ଭ ଦିନ ଠାରୁ ନିରବିଛନ୍ନ ସେବା କରୁଥିବାରୁ ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ପ୍ରଦାନ, ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩ ହଜାର ୫ ଶହ ଟଙ୍କା , ବକେୟା ଥିବା ପାଚିକା ମାନଙ୍କ ଦରମା ଦେବା, ପାଚକ ପାଚିକା ମାନଙ୍କ ନିୟତ୍ରଣ ସରକାର ହାତକୁ ନେବା, ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ଅବସର ପ୍ରାପ୍ତ ପାଚକ ପାଚିକା ଙ୍କ ପରିବାର ଙ୍କୁ ନିଯୁକ୍ତି ଦେବା ସହ ଅବସର କାଳୀନ ଭତ୍ତା ପ୍ରଦାନ, ଛାତ୍ର ସଂଖ୍ୟା ହିସାବରେ ନିଯୁକ୍ତି ରଦ୍ଦ କରି ପାଚିକା ମାନଙ୍କୁ ଛଟେଇ ନ କରି କାମ ପାଇଁ ସୁଯୋଗ ଦେବାକୁ ଦାବୀ କରିଛନ୍ତି । ବିରାଟ ରାଲିରେ ନୃସିଂହନାଥ ଧର୍ମଶାଳା ଠାରୁ ବାହାରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପହଞ୍ଚି ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବୀ ପତ୍ର କରିଥିଲେ ।

 

Exit mobile version