ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ପୌର ପରିଷଦ ସ୍ଥିତ ଅଡିଟୋରିୟମ ଠାରେ “ସ୍ୱାୟତ୍ତ ଶାସନ ଦିବସ -୨୦୨୫” ଏକ ସମ୍ମାନନିୟ ପରିବେଶରେ ମୁଖ୍ୟ ଅତିଥି ତଥା ସମ୍ମାନୀୟ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା । ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନୟନ ବିଭାଗ ପତ୍ର ସଂଖ୍ୟା ୧୯୪୯୭ ତା ୧୯.୦୮.୨୦୨୫ କୁ ଭିତିକରି ଚଳିତ ବର୍ଷ ଏକ ସପ୍ତାହ ବ୍ୟାପୀ ଅର୍ଥାତ ଡିସେମ୍ବର ମାସ ୨୫ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ “ସ୍ୱାୟତ ଶାସନ ଦିବସ -୨୦୨୫” ପାଳନ କରାଯାଇଥିଲା । ଏହି ଏକ ସପ୍ତାହ ମଧ୍ୟରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ବୃକ୍ଷ ରୋପଣ , ସଫେଇ ଶୋଭା ଯାତ୍ରା , “ଆଇନଗତ ସଫେଇ ସୁରକ୍ଷିତ ସଫେଇ” କାର୍ଯ୍ୟକ୍ରମ ଇତ୍ୟାଦି କରାଯାଇଥିଲା । ଏହା ସହିତ “ସ୍ୱାୟତ୍ତ ଶାସନ ଦିବସ -୨୦୨୫” ପରିପ୍ରେକ୍ଷୀରେ ପ୍ରତ୍ଯେକ ବର୍ଷ ଭଳି ପୌର ପରିଷଦ ଆନୁକୁଲ୍ଯରେ ପ୍ରବନ୍ଧ ପ୍ରତିଯୋଗୀତା , ଚିତ୍ରାଙ୍କନ ପ୍ରତିଯୋଗୀତା , ବକ୍ତୃତା ପ୍ରତିଯୋଗୀତା ଇତ୍ୟାଦିର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ସେମାନଙ୍କର କୃତିତ୍ଵ ପ୍ରଦର୍ଶନ କରିବା ସହିତ ସମ୍ମାନ ପତ୍ର ପାଇଥିଲେ । ଆୟୋଜିତ ପ୍ରତିଯୋଗୀତା ଗୁଡିକରେ ପ୍ରଥମ, ଦିତ୍ଵିୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ମଞ୍ଚ ଉପରକୁ ଡକାଯାଇ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ପରିଷଦରେ କାର୍ଯ୍ୟରତ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା । ପରିଷଦର କର୍ମକର୍ତ୍ତା ମାନଙ୍କ ଉଶ୍ଚାହ ବୃଦ୍ଧି ନିମିନ୍ତ ସେମାନଙ୍କ ମଧ୍ୟରେ କ୍ରିକେଟ ମ୍ଯାଚ , ଭଲିବଲ ମ୍ଯାଚ , ମିଉଜିକାଲ ଚେୟାର , ଲେମନ ଚାମଚ ଇତ୍ୟାଦି ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ସେମାନଙ୍କୁ ପୁରସ୍କୃତ ଏବଂ ସମ୍ମାନିତ କରାଯାଇଥିଲା । ସେହିଭଳି ଓଡିଶା ଅର୍ବାନ ହାଉସିଂ ମିଶନ ପତ୍ର ସଂଖ୍ୟା ୧୨୦୪ ତା ୨୬.୦୮.୨୦୨୫ କୁ ଭିତ୍ତିକରି ପରିଷଦର ଦିତ୍ଵିୟ ପର୍ଯ୍ୟାୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜାନା ୨.oରେ ଗୃହିତ ହୋଇଥିବା ୩୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭୁବନେଶ୍ବରରୁ ଲାଇଭ ଟେଲିକାଷ୍ଟ ମାଧ୍ୟମରେ ୪୫ ଗୋଟି ପୌର ପରିଷଦରେ ନିର୍ମିତ ବହୁମୂଖୀ ଭବନ ଉଦଘାଟନ କରାଯାଇଥିଲା ସେଥିମଧ୍ୟରୁ ରାୟଗଡ ପୌର ପରିଷଦରେ ୩ ଗୋଟି ବହୁମୂଖୀ ଭବନ ଉଦଘାଟନ କରାଯାଇଅଛି । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ଆଜିର ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂଚାଳନ କରିଥଲେ । ଏହି ସମାରୋହରେ ରାୟଗଡା ଜିଲ୍ଲାର ସମ୍ମାନୀୟ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏଥିସହିତ ସମ୍ମାନୀୟ ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡ, ଜିଲ୍ଲା ନଗର ଉନୟନ ସଂସ୍ଥା, ରାୟଗଡା, ସମ୍ମାନୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପି ମହେଶ ପଟନାୟକ , ରାୟଗଡା ପୌରପରିଷଦ , ଉପାଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ପରିଷଦର ସମସ୍ତ ପାରିଷଦ ବର୍ଗ , ଟିମ ଲିଡ ଡୂଡା, ସମସ୍ତ ପୌର କର୍ମଚାରୀ ତଥା ସାମାଜିକ ଗଣମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ ।
ରାୟଗଡା ପୌର ପରିଷଦ ଅଡିଟୋରିୟମ ଠାରେ “ସ୍ୱାୟତ୍ତ ଶାସନ ଦିବସ ପାଳିତ !!!

