ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ! ରାଜ୍ୟ ସରକାରଙ୍କ ନିଯୁକ୍ତି ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ୨୭ ଜଣ ଯୁବକ ଯୁବତୀଙ୍କୁ ଜିଲ୍ଲା କାର୍ଯ୍ୟଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ୨୭ ଜଣ ଯୁବକ ଯୁବତୀଙ୍କୁ Logistics Goods Packaging Machine Operator ଟ୍ରେଡରେ ସମ୍ପୂର୍ଣ୍ଣ ମାଗଣା ଆବାସିକ ତାଲିମ୍ ଯୋଗାଇ ଦିଆ ଯାଇଥିଲା । ସମସ୍ତ ଯୁବକ ଯୁବତୀଙ୍କୁ Big Basket, ହାଇଦ୍ରାବାଦରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଅମିଗୋଷ ପ୍ରାଇଭେଟ୍ ଲିମିଟେଡ଼ ର କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ଉପସ୍ଥିତ ରହିଥିଲେ ।

