Site icon Awaj Media

ଗ୍ରାମ୍ୟ ଉନ୍ନୟନ ବିଭାଗରେ ମହାଦୁର୍ନୀତି : ମାସେ ନ ପୂରୁଣୁ ରାସ୍ତା ଫାଟି ଆଁ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ଗ୍ରାମ୍ୟ ଉନ୍ନୟନ ବିଭାଗରେ ମହାଦୁର୍ନୀତି l ମାସେ ନ ପୂରୁଣୁ ରାସ୍ତା ଫାଟି ଆଁ , ପୁରୁଣା କଂକ୍ରିଟ ରାସ୍ତା ଉପରେ ମେଣ୍ଟାଲିଙ୍ଗ ନ କରି ଫେଭର ପକାଇ ଚଳୁ କରିଦେଲେ କୋଟି କୋଟି ଟଙ୍କା l ଢେଙ୍କାନାଳ ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫରୁ ୯ କୋଟି ଅଠେଇଶି ଲକ୍ଷ ଷାଠିଏ ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନୂଆକୋଟ ଠାରୁ ଭାୟା କଞ୍ଜା ରାସ୍ତା ର ଉନ୍ନତି ନିମନ୍ତେ ମଞ୍ଜୁର ହୋଇଥିଲା ! କିନ୍ତୁ ଡିହସାହି ଗ୍ରାମର ଲୋକ ମାନେ ତାଙ୍କ ଗ୍ରାମ ଦେଇ ରାସ୍ତା ଯାଉ ବୋଲି ଅଭିଯୋଗ କରିବା ଫଳରେ ନୂଆକୋଟ ଠାରୁ ଭାୟା କଞ୍ଜା ନଯାଇ ନୁଆକୋଟ ଠାରୁ ବନ୍ଧାଭୂଇଁ, କରାବିରା,ପର୍ଯ୍ୟନ୍ତ ରାସ୍ତା ଓ ନୂଆକୋଟ ଠାରୁ ଡିହସାହି ପର୍ଯ୍ୟନ୍ତ ରାସ୍ତା କରାଯାଇଛି ଏବଂ ଏହି ରାସ୍ତା ନିର୍ମାଣ ହେବାର ମାସେ ନ ପୁରୁଣୁ ଡିହସାହି ରାସ୍ତା ଓ କରାବିରା ରାସ୍ତା ଫାଟି ଆଁ ହୋଇଥିବା ଦେଖିବାକୁ ମିଳିଛି ଓ ନୂଆକୋଟ କନ୍ଧ ସାହି ର ପୁରୁଣା କଂକ୍ରିଟ ରାସ୍ତା ଉପରେ ବିନା ମେଣ୍ଟାଲିଙ୍ଗ ରେ ପେବର ପକାଇଥିବା ଦେଖିବାକୁ ମିଳିଛି ଓ ନୂଆକୋଟ ଗ୍ରାମର ପୋଖରୀ ହୁଡା ରାସ୍ତାରେ ଗାର୍ଡ ୱାଲ୍ କାମ ବିନା ମେଣ୍ଟାଲିଙ୍ଗ ରେ କାମ ହୋଇଛି ଏବଂ କାମ ଅତି ନିମ୍ନ ମାନର ହୋଇଥିବାରୁ ତାହା ଫାଟି ଯାଉଛି l ଏହି ବିଷୟରେ ନୂଆକୋଟ ଗ୍ରାମର ସମ୍ପାଦକ ଓ ଗ୍ରାମବାସୀ ଠିକାଦାର ବାଲୁଙ୍କେଶ୍ଵର ସାହୁ ଙ୍କ ସୁପରଭାଇଜର କୁ ଏହି କାର୍ଯ୍ୟ ଅତି ନିମ୍ନ ମାନର ହେଉଛି ବୋଲି କହିଲେ ସେ କୁହନ୍ତି ଯେ କାମ ଠିକ୍ ଅଛି ଓ ଏହି କାମ ହେଉଥିବା ସମୟରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ଙ୍କ ଅନୁପସ୍ଥିତ ନିମ୍ନ କାମ କରିବା ପାଇଁ ଠିକାଦାରଙ୍କୁ ଖୋରାକ ଯୋଗାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l

Exit mobile version