Site icon Awaj Media

ପାଇକମାଳ ରେ 550 ବୋତଲ କଫ୍ ସିରପ ଜବତ : ଜଣେ ଗିରଫ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପାଇକମାଳ ରେ 550 ବୋତଲ କଫ୍ ସିରପ ଜବତ, ଜଣେ ଗିରଫ ! ପାଇକମାଳ ଥାନା ପୋଲିସ୍ ଗୋପନ ସୂଚନା ଉପରେ ଅଭିଯାନ ଚାଳାଇ 550 ବୋତଲ ନିଷିଦ୍ଧ କଫ୍ ସିରପ୍ ଜବତ କରିଛନ୍ତି । ଏହି ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାଇକମାଳ ର ସୋଧା ଗାଁର ବାସିନ୍ଦା ଦିନେଶ ବେହେରା ଙ୍କ ଘର ଭିତରୁ 100 ମିଲି ବୋତଲରେ ଥିବା 550 ବୋତଲ କୋଡିନ୍ ଫସଫେଟ୍ ଓ ଟ୍ରିପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ ଜବତ ହୋଇଛି । ଅଭିଯୁକ୍ତଙ୍କ ପାଖରୁ ଏକ Oppo ମୋବାଇଲ୍ ଫୋନ୍ ଓ 2250 ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି । ପାଇକମାଳ ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ !

Exit mobile version