Site icon Awaj Media

ରେଖା ଡିଜିଟାଲ ଇଡି ତରଫରୁ ଗୁରୁ ଦିବସ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜ୍ ଦାଣ୍ଡରେ ଥିବା ଅନ୍ନପୂର୍ଣ୍ଣା ଫକ୍ସନ ହଲ ଠାରେ ଗୁରୁ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ଥିଲା।ନୃତ୍ୟ ଗୀତ,କୁଇଜ,ବକୃତା ପ୍ରତି ଯୋଗିତାର ମଧ୍ୟ ଆୟୋଜନ କରାଯାଇ ଥିଲା। ଚିନ୍ମୟୀ ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କୁମୁଦିନୀ ଭୁକ୍ତା, ସମ୍ମାନିତ ଅତିଥି ଭାବରେ ଆକାଂକ୍ଷା ମହିଳା ସଙ୍ଗଠନ ସଂପାଦିକା ମିନା କୁମାରୀ ଟହଲ, ଆଇନଜୀବୀ ଅନୀତା ମିଶ୍ର, ରେଖା ଡିଜିଟାଲ ଇଡି ର ମୁଖ୍ୟ ଶ୍ରୀକାନ୍ତ ମହାନ୍ତି, ଇଶାନ ଚାନ୍ଦ ଓଁକାର, ମୁଖ୍ୟ ବକ୍ତା ମନୋଜ କୁମାର ପଣ୍ଡା ଯୋଗ ଦେଇ ଗୁରୁ ଦିବସ ଉପଲକ୍ଷେ ବୁଝାଇ କହିଥିଲେ। ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଶ୍ରୀମତି ଜୟ ଶ୍ରୀ ଓ ବବିତା ପୁରୋହିତ ବିଚାରକ ମଣ୍ଡଳୀ ଭାବେ ଯୋଗଦେଇଥିଲେ। ସମସ୍ତ ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା।ଏ ସମସ୍ତ କାର୍ଯ୍ୟକ୍ରମ ରେଖା ଡିଜିଟାଲ ଇଡି ପାରଳାଖେମୁଣ୍ଡିର ମୁଖ୍ୟ ଶ୍ରୀମତୀ ଖିରାବ୍ଦି ତନୟା ପଣ୍ଡାଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ସର୍ବ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭା ସାଙ୍ଗ ହୋଇ କରାଯାଇଥିଲା।

 

Exit mobile version