Site icon Awaj Media

ଜଳବାୟୁ ପରିବର୍ତ୍ତନ ଉପରେ ଏକଦିନିଅ କର୍ମଶାଳା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ବଳ କେନ୍ଦ୍ର ଠାରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ଡେଭଲପମେଣ୍ଟ ଅଫିସର ଅଶୋକ କୁମାର ପାତ୍ର, ଜଳ ପରିମଳ ବିଭାଗର ପୋଗ୍ରାମ ଅଫିସର ଜି .ସୁନୀଲ ବାବୁ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ଶଶାଙ୍କ ଶେଖର, ତପନ କୁମାର ବାହୁବଳେନ୍ଦ୍ର, ଅଙ୍କିତ ପାତ୍ର ପ୍ରମୁଖ ମଞ୍ଚାସିନ ରହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ପଞ୍ଚାୟତ ସମିତି ସଭ୍ୟ ସଭ୍ୟା, ବନ ବିଭାଗ ମହେନ୍ଦ୍ର ଗିରି ରେଞ୍ଜ ଓ ଦେବଗିରି ରେଞ୍ଜର ଫରେଷ୍ଟ ଗାର୍ଡ, ଏମ୍ ବି.କେ କୃଷି କର୍ମଚାରୀ, ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଛନ୍ତି । ଜଳ କୁ କିପରି ସୁ ବିନିଯୋଗ କରିବ, ଜଳ ଅଯଥା ନଷ୍ଟ ନ କରିବା, ବୃକ୍ଷ ରୋପଣ କରିବା, ଜଳବାୟୁ କୁ କିପରି ସୁରକ୍ଷା କରିବା ତା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ।

Exit mobile version