Site icon Awaj Media

ଆମ ସାଥିରେ ଚାରିଟେବୁଲ ଆସୋସିଏସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆୱାଜ ମିଡ଼ିଆ ପ୍ରତିନିଧି ସମ୍ବର୍ଦ୍ଧିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଆମ ସାଥିରେ ଚାରିଟେବୁଲ ଆସୋସିଏସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆୱାଜ ମିଡ଼ିଆ ପ୍ରତିନିଧି ସମ୍ବର୍ଦ୍ଧିତ ! ଆମ ସାଥିରେ ଚାରିଟେବୁଲ ଆସୋସିଏସନ୍ ପକ୍ଷରୁ ପ୍ରତିଷ୍ଠାତ୍ରି ଦେବଶ୍ରୀ ଛାଟୋଇ ଏବଂ ସଭାପତି ପ୍ରଦୀପ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ କଟକ ଟାଉନ୍ ହଲ୍ ଠେ ମହା ଆଡ଼ମ୍ବରରେ ଗୁରୁଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ, ଡାକ୍ତର ଆଲୋକ ସାହୁ , ମୁଖ୍ୟ ଅତିଥି ରୂପେ କଟକ ବିଜେପି ମହିଳା ମୋର୍ଚ୍ଚା ନେତ୍ରି ସ୍ମୃତି ପଟ୍ଟନାୟକ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ , ଅତିଥି ମଧୁସ୍ମିତା ବାରିକ, ସୁରେଶ ମହାନ୍ତି, ସମାଜସେବକ କାନ୍ତା ରାଓ ପ୍ରମୁଖ ଯୋଗ ଦେଇଥିଲେ । ରାଜେନ୍ଦ୍ର କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ ! ସମାଜ କୁ ଭଲ ପାଉଥିବା ବ୍ୟକ୍ତି ତଥା ସାମାଜିକ ଅନୁଷ୍ଠାନ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଛି । କଟକ ଜିଲ୍ଲା ଡମପଡା ବ୍ଲକ ରେ କାର୍ଯ୍ୟରତ ଆୱାଜ ମିଡ଼ିଆ ପ୍ରତିନିଧି ସୁବ୍ରତ କୁମାର ନାୟକ ସମ୍ବର୍ଦ୍ଧିତ ହୋଇଛନ୍ତି ! କାର୍ଯ୍ୟକ୍ରମ କୁ ଟ୍ରଷ୍ଟି ପ୍ରେମାନନ୍ଦ ପରିଡ଼ା, ଜଗନ୍ନାଥ ସ୍ବାଇଁ, ଦିଲୀପ ଗିରି , ବିବେକାନନ୍ଦ ଦଳେଇ, ଗୁରୁଦେବ ପ୍ରମୁଖ ଶୁରୁଖରେ ସମ୍ପାଦନ କରିଥିଲେ । ଶେଷରେ ଶିଶିର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version