Site icon Awaj Media

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ର ମାନ୍ୟତା ମିଳିବ କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ମିଳିବ କେବେ।100 ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ ହେବ ଏହି ମହାବିଦ୍ୟାଳୟ ଟି ନିର୍ମାଣ ହୋଇ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ କରିବା ପାଇଁ ସାଧାରଣରେ ଦାବୀ ହେଉଛି। ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ପୁରାତନ ଛାତ୍ର ସଂସଦ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏହି ପୁରାତନ ଶିକ୍ଷା ଅନୁଷ୍ଠାନ କିପରି ବିଶ୍ୱ ବିଦ୍ୟାଳୟ ହେବ ସେଥିପାଇଁ ନୂତନ ସରକାରଙ୍କ ନିକଟରେ ଦାବି କରିଛନ୍ତି।ଉଚ୍ଚ ଶିକ୍ଷାର ବିକାଶ ପାଇଁ ମହାରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ଓ ତାଙ୍କ ପୁଅ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରଚେଷ୍ଟାରେ 1896 ମସିହାରେ ଏହି ମହା ବିଦ୍ୟାଳୟ ଟି ଗଢି ଉଠିଥିଲା।ଆଜିର ଓଡ଼ିଶାର ଦ୍ୱିତୀୟ ସ୍ନାତକ ମହାବିଦ୍ୟାଳୟ।ଏହି ଅନୁଷ୍ଠାନ ରେ ଶିକ୍ଷା କରିଥିବା ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଉଚ୍ଚ ପଦ ପଦବୀ ମଣ୍ଡନ କରିଛନ୍ତି।ଏଠାରୁ ଶିକ୍ଷା ଲାଭ କରି ଡକ୍ଟର, ଇଂଜିନିୟର ପ୍ରଫେସର ତଥା ଅନ୍ୟାନ୍ୟ ପଦ ପଦବୀରେ ଦେଶ ବିଦେଶରେ କାର୍ଯ୍ୟରତ ଓଡ଼ିଶାର ଏକ ଐତିହ୍ୟ ମହାବିଦ୍ୟାଳୟ ଭାବେ ନିଜର ପରିଚୟ ପ୍ରତିଷ୍ଠା କରି ପାରିଛି।ଏହି ମହାନ ଶିକ୍ଷା ଅନୁଷ୍ଠାନର ଆକର୍ଷଣୀୟ କୋଠା ସହ ଉନ୍ନତ ପାଠା ଗାର, ପରୀକ୍ଷାଗାର ,ପ୍ରଯ୍ୟାପ୍ତ ନିଜସ୍ୱ ଜାଗା ରହିଛି।ତେଣୁ ରାଜ୍ୟ ସରକାର ଏହି ଶିକ୍ଷା ଅନୁଷ୍ଠାନ କୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି !

Exit mobile version