Site icon Awaj Media

ପିଜି ନାମ ଲେଖେଇବାକୁ ଆସି ହଇରାଣ ହେଉଛନ୍ତି ବାହାର ଜିଲ୍ଲାର ଛାତ୍ର ଛାତ୍ରୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସବୁବେଳେ କିଛି ନା କିଛି ଅଵ୍ୟବସ୍ଥାକୁ ନେଇ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଚର୍ଚ୍ଚାରେ ରହିଥାଏ ଯାହା ଗଣମାଧ୍ୟମ ହିଁ ସଚେତନ କରିଥଏ କର୍ମଚାରୀ ଏବଂ ମହାବିଦ୍ୟାଳୟ କମିଟିକୁ | ଓଡିଶାର ଏହି ସୁନାମଧନ୍ୟ ମହାବିଦ୍ୟାଳୟରେ କାହିଁକି ସଚେତନ ହେଉନାହାନ୍ତି ଅଧାପକ ପିଅନ ଠାରୁ ଅଧ୍ୟକ୍ଷ ପର୍ଯ୍ୟନ୍ତ!! ତାହା ଗୋଟେ ବଡ଼ ପ୍ରଶ୍ନବାଚୀ |ବର୍ତ୍ତମାନ ନାମ ଲେଖିବାକୁ ଆସି ହଇରାଣ ହେଉଛନ୍ତି ଦୂର ଦୁରାନ୍ତର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ |ସବୁଦିନ ନିଜ ନାମ ଲେଖା ତାରିଖ ସମୟରେ ବାଙ୍କୀରେ ଆସି ପହଂଚୁଛନ୍ତି କେନ୍ଦ୍ରାପଡ଼ା, ନୟାଗଡ, ଭଦ୍ରକ, ଯାଜପୁର ପରି ଦୂର ଜିଲ୍ଲା ମାନଙ୍କରୁ ଛାତ୍ର ଛାତ୍ରୀଙ୍କ ସହିତ ଅଭିଭାବକ | ନାମ ଲେଖା ଚାଲାଣ ଦେୟ କାଟି ଦେଇ ଘଣ୍ଟା ଘଣ୍ଟା ଧରି ଭୋକ ଉପାସରେ ବସି ରହୁଛନ୍ତି ବିଭିନ୍ନ ଶିକ୍ଷା ବିଭାଗର ଗୃହ ସମ୍ମୁଖରେ | ଘର ତାଲା ଖୁଲୁନି | କାର୍ଯାଳୟରେ ପଚାରିଲେ ଉତ୍ତର ଆସୁଛି ଅପେକ୍ଷା କର |ପରୋକ୍ଷରେ ଅଭିଭାବକ ମାନଙ୍କ ଉପରେ ଗୋଟେ ପ୍ରକାର ଜୁଲୁମ ଚାଲୁଚି | ସେଥିପାଇଁ କିଛି ଅଭିଭାବକ ସରକାରଙ୍କ ନିୟମ ଅନୁଯାୟୀ ବାଧ୍ୟ ବାଧକ ତାରେ ନାମ ଲେଖି ପରବର୍ତ୍ତୀମୁହୂର୍ତ୍ତରେ ନିଜ ପାଖ ମହାବିଦ୍ୟାଳୟକୁ ନାମ ନେଇ ଯାଉଛନ୍ତି | ଏମିତି ଏକ ଘଟଣା ଘଟିଛି (11/09/25) ଅର୍ଥନୀତି ଏବଂ ଉଦ୍ଭିଦ ବିଜ୍ଞାନରେ ନାମ ଲେଖାଇବାକୁ ଆସି ବହୁତ ହଇରାଣ ହୋଇ ସନ୍ଧ୍ୟାରେ ଘରକୁ ଫେରିଛନ୍ତି | ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେବା ଦରକାର | ବାହାର ଲୋକମାନଙ୍କର ବାଙ୍କୀ ପ୍ରତି ନକାରାତ୍ମକ ମନୋଭାବ ନ ରହୁ |ଏସବୁ ସତ୍ୟାସତ୍ୟ ଜାଣିବାକୁ ଅଧ୍ୟକ୍ଷ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ | ସେହି ସମୟରେ କିନ୍ତୁ କଲେଜ ପରିସରରେ ରହିଥିଲେ |ଅଭିଭାବକ ମାନେ ଅଧ୍ୟକ୍ଷଙ୍କ ଚାମ୍ବର ଯାଇ ନିଜ ଅଶୋନ୍ତୋଷ ଝାଡ଼ିଲ ପରେ ଜଣେ ସହର୍ମୀଙ୍କୁ ପଠାଇ ନାମ ଲେଖିଥିଲେ | ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡାଙ୍କ ସଫେଇ ଥିଲା ଯେ ପରୀକ୍ଷା ଥିବାରୁ ଅଧାପକ ମାନଙ୍କୁ ଛାଡି ହେଉନି ନାମ ଲେଖିବା କାର୍ଯ୍ୟକ୍ରମକୁ | ବାଙ୍କୀ ମହାବିଦ୍ୟାଳୟରେ ଶହ ଶହ କର୍ମଚାରୀ ଥିବାବେଳେ ନିଜ ଭୁଲ ପଣିଆକୁ ଲୁଚେଇବା କେତେଦୂର ଠିକ ହେଉଛି ଅଧ୍ୟକ୍ଷଙ୍କ କ୍ଷେତ୍ରରେ…??

Exit mobile version