Site icon Awaj Media

ଏଗ୍ରି ଇଣ୍ଡିଆ ଫୁଡ୍ ପ୍ରଡକ୍ଟସ୍ ଆନୁକୁଲ୍ୟରେ ରକ୍ତଦାନ ଶିବିର !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମାନବତାର ସର୍ବୋତ୍କୃଷ୍ଟ ସେବା ମଧ୍ୟରୁ ଗୋଟିଏ ସେବା ହେଉଛି ରକ୍ତଦାନ। ଆପଣଙ୍କ ଅଳ୍ପ ପ୍ରୟାସ ଅନ୍ୟ ମାନଙ୍କୁ ପୁନର୍ଜୀବନ ଦେଇପାରେ ଏହି ବାଣୀକୁ ଆଗରେ ରଖି ଏଗ୍ରି ଇଣ୍ଡିଆ ଫୁଡ୍ ପ୍ରଡକ୍ଟସ୍ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିର ଡେରାବିଶ ବ୍ଲକ ରଘୁଦେଇପୁର ପଂଚାୟତର ଭାଗବତ ସାହୁଙ୍କ ରାଇସ ମିଲରେ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।ଶିବିରରେ ବହୁ ସ୍ଥାନୀୟ ଯୁବକ-ଯୁବତୀ, ସମାଜସେବୀ ଓ ସ୍ୱଚ୍ଛା ସେବୀମାନେ ଉତ୍ସାହର ସହିତ ଯୋଗ ଦେଇଥିଲେ। ସେମାନଙ୍କର ସକ୍ରିୟ ଯୋଗଦାନ ଫଳରେ ୬୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଯାହା ଆଗାମୀ ଦିନରେ ଆଶାହୀନ ରୋଗୀଙ୍କ ପାଇଁ ଜୀବନ ପ୍ରଦାନ କରିବ । ଆୟୋଜକ ମାନେ କହିଛନ୍ତି ରକ୍ତଦାନ କେବଳ ସମାଜ ସେବା ନୁହେଁ, ଏହା ଏକ ପବିତ୍ର କର୍ତ୍ତବ୍ୟ। ଏହି ପଦକ୍ଷେପ ଦ୍ୱାରା ଆମେ ସମାଜରେ ସଚେତନତା ଆଣିବା ସହିତ ମାନବତାର ସନ୍ଦେଶ ପ୍ରସାର କରିବାକୁ ଚାହୁଁଛୁ। ଏହି ଶିବିରରେ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି, ସାଧାରଣ ଗ୍ରାମବାସୀ ଓ ସମାଜ ସେବାରେ ଆଗ୍ରହୀ ଲୋକମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲେ। ଏହି ପ୍ରୟାସକୁ ସ୍ଥାନୀୟ ଲୋକମାନେ ଭୂୟସୀ ପ୍ରଶଂସା କରିଥିଲେ ।

Exit mobile version