Site icon Awaj Media

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଙ୍କ ଅଧ୍ୟକ୍ଷତାରେ ୨୨/୯/୨୦୨୫ ତାରିଖ ଦିନ ତହସିଲ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଗଜଲକ୍ଷ୍ମୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ବୈଠକରେ ଯୋଗ ଦେଇଥିବା ସମସ୍ତ ପୂଜା କମିଟିର ସଭାପତି ସଦସ୍ୟ ଓ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଥମେ ସ୍ବାଗତ ଜଣାଇବା ସହିତ ଅଭିନନ୍ଦନ ଜଣାଇଥିଲେ ଓ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା କିପରି ସରସ ସୁନ୍ଦର ହୋଇପାରିବ ସେହି ବିଷୟରେ ସମସ୍ତ ପୂଜା କମିଟି ର ସଭ୍ୟ ମାନଙ୍କୁ କହିଥିଲେ ଓ ହାଇକୋର୍ଟ ଙ୍କ ନୀତି ନିୟମ ଅନୁଯାୟୀ ସମସ୍ତ ପୂଜା ମଣ୍ଡପ ଠାରୁ ମୂର୍ତ୍ତି ଉଚ୍ଚତା ଓ ତୋରଣ ର ଉଚ୍ଚତା ଏବଂ ଭସାଣୀ ରେ DJ ନ ବଜାଇ ବ୍ୟାଣ୍ଡବାଜା ର ଶବ୍ଦ ପ୍ରଦୂଷଣ ଯେପରି ଯେପରି ଅଧିକ ନ ହୁଏ ସେଥି ପ୍ରତି ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ମାନି ତାହା ପାଳନ କରିବା ପାଇଁ ଉପସ୍ଥିତ ପୂଜା କମିଟିର ସଭାପତି ଓ କାର୍ଯ୍ୟ କର୍ତ୍ତା ମାନଙ୍କୁ ଜଣାଇ ଥିଲେ ଓ ପୂର୍ବ ବର୍ଷ ପୂଜା କିପରି ଭାବେ ହୋଇଥିଲା ସେହି ବିଷୟରେ ବିବରଣୀ ପାଠ କରିବା ପାଇଁ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଲୋକ ସମ୍ପର୍କ ଅଧିକାରୀ ବିବରଣୀ ପାଠ କରିଥିଲେ ଓ ପ୍ରତ୍ୟେକ ପୂଜା କମିଟି ଗୁଡିକ ପୂଜା ମଣ୍ଡପ ସାଜ ସଜା ସହ ଲାଇଟ ଓ ତୋରଣ ଗୁଡ଼ିକ ଠାରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା କମିଟି କୁ ଚୟନ କମିଟି ଦ୍ବାରା ପୁରସ୍କୃତ କରାଯିବ ବୋଲି ଆଲୋଚନା କରାଯାଇଥିଲା l ଏହି ବୈଠକରେ ତହସିଲଦାର ଦିଲ୍ଲୀପ କୁମାର ସେଠୀ ଉପଖଣ୍ଡ ଚିକିତ୍ସା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର NAC ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନ ଥାନା ଅଧିକାରୀଣି ଚାରୁଲତା ବେହେରା,ରାସ୍ତା ଓ ଗୃହନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୀପ୍ତି ମୋହନ ମଲ୍ଲିକ ଅବକାରୀ ଅଧିକାରୀଣି ମମତା ନାୟକ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ ରାଉତ ଓ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଶେଷରେ ତହସିଲଦାର ଦିଲ୍ଲୀପ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l

Exit mobile version