Site icon Awaj Media

ପାରାଦୀପ ର ଗଣପର୍ବ ବିଶ୍ୱକର୍ମା ପୂଜା : ଅସମ୍ଭବ ଜନଗହଳି !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ବିଭିନ୍ନ ପୂଜାକମିଟି ତରଫରୁ ନିର୍ମାଣ ହୋଇଥିବା ସୁସଜ୍ଜିତ ତୋରଣ ଓ଼ ଆଲୋକମାଳା ଦର୍ଶକଙ୍କ ମନ ମୋହିଛି । ବିଭିନ୍ନ ଖାଦ୍ୟ ଷ୍ଟଲ ସହିତ ମିନାବଜାର ରୁ ଘରକରଣା ଜିନିଷ କିଣି ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ l ଜମୁଛି ପାରାଦୀପ ର ଗଣପର୍ବ ବିଶ୍ୱକର୍ମା ପୂଜା l ପାରାଦୀପ ତଥା ଆଖପାଖ ଅଞ୍ଚଳର ଲୋକେ ପାରାଦୀପ କୁ ଛୁଟି ଆସୁଛନ୍ତି l ଚଳିତ ବିଶ୍ୱକର୍ମା ପୂଜାର ପ୍ରଥମ ଦିନରେ ପାରାଦୀପ ରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼,ହଜାର ହଜାର ଦର୍ଶକଙ୍କ ଆଗମନ ରେ ବନ୍ଦରନଗରୀ ଫାଟି ପଡୁଥିବା ବେଳେ ପାଗ ଅନୁକୂଳ ଥିବାରୁ ପାରାଦୀପ ଗଣପର୍ବ ବିଶ୍ୱକର୍ମା ପୂଜାର ମଜା ଲୁଟୁଛନ୍ତି ଦର୍ଶକ l ପାରାଦୀପ ଏକ ଶୀଳ୍ପନଗରୀ ହୋଇଥିବା ରୁ ଏହି ଶୀଳ୍ପ ନଗରୀରେ ହଜାର ହଜାର ଶ୍ରମିକ ଏଠାରେ କାମ କରନ୍ତି, ତେଣୁ ଏଠାରେ ପ୍ରତ୍ୟେକ ଶୀଳ୍ପାୟନ ଓ ଶ୍ରମିକ ସଂଗଠନ ଏବଂ ବିଭିନ୍ନ ଆସୋସିଏସନ ତରଫରୁ ବିଶ୍ବକର୍ମା ପୂଜା କୁ ବଡ ଧୁମଧାମରେ ପାଳନ କରିଥାନ୍ତି। ଚଳିତବର୍ଷ ମଧ୍ୟ ଅନେକ ଗୁଡିଏ ଆକର୍ଷଣୀୟ ତୋରଣ ହୋଇଥିବାରୁ ବିଭିନ୍ନ ପୂଜା କମିଟି ତରଫରୁ ଆୟୋଜିତ ପୂଜା ମଣ୍ଡପ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପାଗ ଅନୁକୂଳ ଥିବା ରୁ ଚଳିତ ବର୍ଷ ପୂଜାରେ ସମସ୍ତ ପୂଜାକମିଟି ନିଜର ପୂଜାମଣ୍ଡପ କୁ ଆକର୍ଷଣୀୟ କରିବାକୁ ପ୍ରଚେଷ୍ଟା କରିଛନ୍ତି ।ଯାହା ବିଶ୍ୱକର୍ମା ର ପ୍ରମୁଖ ଆକର୍ଷଣ ପାଲଟିଛି l ଇଂରେଜ ଅମଳର ରାଜପ୍ରସାଦ ସହିତ ବିଭିନ୍ନ ରାଜ୍ୟର ମନ୍ଦିର, ରାଜସ୍ଥାନ ର ରାଜ ପ୍ୟାଲେସ୍ ଓ ଭାରତୀୟ ଡାକସେବା ତୋରଣ ପାରାଦୀପ ବିଶ୍ୱକର୍ମା ର ଶୋଭା ବର୍ଦ୍ଧନ କରିବା ସହିତ ଆଜିକାଲି ର ନୂତନ ଯୁବପିଢ଼ି ଙ୍କ ପାଇଁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ବିଶ୍ବକର୍ମା ପୂଜା ରେ ବିଶାଳ ସୁଉଚ୍ଚ ତୋରଣ ପୂଜାର ଶୋଭା ବର୍ଦ୍ଧନ କରୁଥିବା ବେଳେ ଦର୍ଶକ ମାନେ ଭରପୁର ମଜା ଉଠାଉଛନ୍ତି l ଚଳିତ ବିଶ୍ୱକର୍ମା ପୂଜାରେ ପୂଜା କମିଟି ତରଫରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଦର୍ଶକ ଙ୍କ ଭିଡକୁ ଦେଖି ପୋଲିସ ପ୍ରଶାସନ ତରଫରୁ ଆଇନ ଶୃଙ୍ଖଳା ପରିସ୍ଥିତି କୁ କଡାକଡି କରିବା ସହିତ ବିଭିନ୍ନ ପୂଜା ମଣ୍ଡପ ଓ଼ ଛକ ବଜାର ରେ ସିସିଟିଭି ଲଗାଇ ପୂଜା ଉପରେ ସମ୍ପୂର୍ଣ ନଜର ରଖିଛି। ପ୍ରଥମ ଦିନର ଅସମ୍ଭାଳ ଭିଡକୁ ଦେଖି ଭିଡକୁ ନିୟନ୍ତ କରିବା ପାଇଁ ପୋଲିସ ପ୍ରଶାସନ ମୃତୟନ କରାଯାଇଛି l

Exit mobile version