Site icon Awaj Media

ଓଡ଼ିଶା ଆଦିବାସୀ ବଞ୍ଜାରା ସମାଜ ର ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆଇ ସି ଓ ଏଲ ପ୍ରାଙ୍ଗଣରେ ଓଡ଼ିଶା ଆଦିବାସୀ ବଞ୍ଜାରା ସମାଜ ଦ୍ୱାରା ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଛି । ବରଗଡ଼ ଜିଲ୍ଲା ଆଦିବାସୀ ବଞ୍ଜାରା ସମାଜ ଦ୍ୱାରା ଆୟୋଜକ ରେ ଅନୁଷ୍ଠିତ ଉତ୍ସବରେ ନୂଆଁଖାଇ ଉତ୍ସବର କାର୍ଯ୍ୟକାରୀ ସଭାପତି ଚନାବୁଟୁ ନାଏକ ଅଧ୍ୟକ୍ଷତା କରୁଥିବା ବେଳେ ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ମୋହନ ଚୌହାନ,ମୁଖ୍ୟବକ୍ତା ପ୍ରଫେସର ଦିଗାମ୍ବର ରାଠୋର, ଜଗୋବନ୍ତ ନାୟକ, ଘନଶ୍ୟାମ ନାଏକ, ଜଗତନନ୍ଦ ନାଏକ, ହରିଶ ଚନ୍ଦ୍ର ନାଏକ, ଦୁର୍ଯ୍ୟୋଧନ ନାଏକ, ଇଶ୍ୱର ଚନ୍ଦ୍ର ନାଏକ, ଗୋକୁଳ ନାଏକ, ରିଖି ନାଏକ, ପାଞ୍ଚରାମ ନାଏକ, ଚୈତ କୁମାର ନାଏକ, ସୁରେଶ ନାଏକ, କୁଳମଣି ନାଏକ, ଲଳିତ ନାଏକ ସମେତ ସାଧୁ ନାଏକ ସଚିବ ଛତିଶଗଡ ବଞ୍ଜରା ମହାସଙ୍ଘ, କ୍ଷୀରସାଗର ନାଏକ ରାଜ୍ୟ ସଭାପତି ଓଡିଶା, ଲକ୍ଷ୍ମୀ ନାଏକ ବିଳାସପୁର ସରପଞ୍ଚ, ଉପାସି ନାଏକ , ଚାରୋଦାପାଲି ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ରାଜ୍ୟ ସମେତ ଝାଡ଼ଖଣ୍ଡ, ଛତିଶଗଡ଼,ମହାରାଷ୍ଟ୍ର,ବିହାର ଆଦି ରାଜ୍ୟର ବଞ୍ଜାରା ଆଦିବାସୀ ସମାଜ ର ବରିଷ୍ଠ ଅଧିକାରୀ ପଦାଧିକାରୀ ମାନେ ଯୋଗଦେଇ ନୂଆଁଖାଇ ଭେଟଘାଟ ନାମରେ ହୋଇଥିଲେ ମେଲି।ବଞ୍ଜାରା ସମାଜର ସାମୂହିକ ଉନ୍ନତି,ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଅଧ୍ୟୟନ ଦେବା,ଜାତି ଭାଇ କୁଟୁମ୍ବ ସମସ୍ୟା,ବିବାହ ଉତ୍ସବ ଆଦି ଉପରେ ଆଲୋଚନା କରାଯାଇ ସାମାଜିକ ସାମୁହିକ ବିକାଶ କରିବା ପାଇଁ ସର୍ବସମ୍ମତି ପଦକ୍ଷେପ ନେବାକୁ ଆଲୋଚନା କରା ଯାଇଥିଲା।ସଭାରେ ସଂଯୋଜନା ଦିଲ୍ଲୀପ ନାୟକ କରିଥିବା ବେଳେ ସୁନ୍ଦର ମଣି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version