Site icon Awaj Media

କଳାପଥରରେ ମହାଆଡମ୍ବରେ ପାଳିତ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥରରେ ମହାଆଡମ୍ବରେ ପାଳିତ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା ! ବ୍ୟବସାୟିକ ପେଣ୍ଠସ୍ଥଳୀ କୁହାଯାଉଥିବା କଟକ ଜିଲ୍ଲା ବାଙ୍କୀ କଳାପଥରରେ ପ୍ରତିବର୍ଷ ପରି ଚଳିତ ବର୍ଷ ବେଶ ଧୁମଧାମରେ ପାଳିତ ହୋଇଛି ଶାରଦୀୟ ଦୁର୍ଗାପୂଜା ! ମୁଖ୍ୟତଃ କଳାପଥର ଦୁର୍ଗା ବଜାର ରେ ମହାମାୟା ଙ୍କ ପୂଜା ହେଉଥିବା ବେଳେ ଗୋଡିସାହିରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ଶ୍ରୀ ଦୁର୍ଗା ମାଧବ ମେଢ଼ ! ସାରା ଓଡିଶା ରେ ପ୍ରଥମ ଦୁର୍ଗା ଙ୍କ ପାଖରେ ସରସ୍ବତୀ, ଲକ୍ଷ୍ମୀ, ଗଣେଶ, କାର୍ତ୍ତିକ ଥିବା ବେଳେ ଏଠାରେ କେବଳ ଗଣେଶ ଏବଂ ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବିଶ୍ଵନିୟନ୍ତା ଜଗନ୍ନାଥ ! ସେପଟେ କଳାପଥର ବଜାର ରେ ପ୍ରାୟ ୧୪ଗୋଟି ମେଢ଼ ହୋଇଥିଲା ! ଜଗନ୍ନାଥ ମେଢ଼ , ବ୍ରହ୍ମା ବିଷ୍ଣୁ ମହେଶ୍ୱର ମେଢ଼, ହନୁମାନ ମେଢ଼, ନୃସିଂହ ମେଢ଼, ରାଧାକୃଷ୍ଣ ମେଢ଼,ଲକ୍ଷ୍ମୀ ମେଢ଼, ରାମ ଅଭିଷେକ ମେଢ଼, ଲକ୍ଷ୍ମୀ ନାରାୟଣ ମେଢ଼ ଅତି ସୁନ୍ଦର ଭାବେ ହୋଇଥିବା ବେଳେ ବହୁ ସଂଖ୍ୟାରେ ଜନ ସମାଗମ ହେବା ସହ ଲୋକ ମାନଙ୍କ ମନୋରଞ୍ଜନ ପାଇଁ କେତୋଟି ସ୍ଥାନରେ କୁନି କୁନି କଳାକାର ମାନଙ୍କ ସୁନ୍ଦର ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା !

Exit mobile version