ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୈଠକ ଗୃହରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ରଣପୁର ର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ରକ୍ତଦାନ, ମହତ ଦାନ ବୋଲି କହିବା ସହ ଏହା ଜଣେ ରୋଗୀଙ୍କୁ ମରଣ ମୁଖରୁ ବଞ୍ଚାଇ ଜୀବନ ଦାନ ଦେଇଥାଏ ବୋଲି କହିଥିଲେ । ଏବଂ ଆମେ କିପରି ଅଧିକ ସଚେତନ ହୋଇ ରକ୍ତ ଅଭାବକୁ ଦୂର କରିବା ସେ ବିଷୟରେ ଆଲୋକପାତ କରାଇଥିଲେ । ସଭାରେ ଅଧ୍ୟକ୍ଷତା କରିଥିଲେ ରକ୍ତ ଭଣ୍ଡାରର ମୁଖ୍ୟ ଡାକ୍ତର ପୀତବାସ ନାୟକ ! ରକ୍ତ ଦାନ କରିବା ଦ୍ୱାରା କିପରି ସୁସ୍ଥ ରହିବେ ଆଉ ଅଧିକ ରକ୍ତ ଦାନ ଶିବିର କରି ରକ୍ତ ଭଣ୍ଡାର କୁ ଅଧିକ ରକ୍ତ ସଂଗ୍ରହ କରିବାକୁ ସମସ୍ତେ ସେଚ୍ଛାକୃତ ଭାବେ ଆଗେଇ ଆସିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମଧ୍ୟ ଆଲୋକପାତ କରାଇଥିଲେ । ସମ୍ମାନିତ ଅତିଥି ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ନୌଷଦ ଅଲ୍ଲୀ ଖାଁ , ବ୍ଲଡ଼ ସେଣ୍ଟର ମେମ୍ବର ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ସଭାରେ ଉପସ୍ଥିତ ଥିଲେ । ଅଧକାରି ମାନେ ରକ୍ତଦାନର ନିୟମାବଳି ସମ୍ପର୍କରେ ଆଲୋଚନା କରିଥିଲେ । ୬୫ ଜଣ ରକ୍ତଦାତା ଏହି ସଭାରେ ଯୋଗଦାନ କରି ତାଙ୍କର ବକ୍ତବ୍ୟ ରଖିଥିଲେ । ରକ୍ତ ଦାନ କାର୍ଯ୍ୟରେ ବର୍ଷ ତମାମ ସହଯୋଗ କରୁଥିବା କିଛି ରକ୍ତଦାତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ , ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର ଓ ସରସ୍ୱତୀ ପ୍ରଧାନ ଙ୍କୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା । ରକ୍ତ ଭଣ୍ଡାର ରେ ରେଡକ୍ରସ ଭଲୁଣ୍ଟିୟରସ ଫୋରମ୍ ଓ ଦେବାଂସି ପ୍ରିୟଦର୍ଶିନୀ ର ଜନ୍ମ ଦିବସରେ ମିଳିତ ଭାବରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ୧୬ ଜଣ ରକ୍ତଦାତା ରକ୍ତ ପ୍ରଦାନ କରିଥିଲେ । ଅତିରିକ୍ତ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅଶୋକ ସାହୁ , ଅଜୟ ପଟ୍ଟନାୟକ , ପବିତ୍ର ମୋହନ ସାହୁ ,ବିଭୂତି ଭୂଷଣ ପଟ୍ଟନାୟକ ରେଡକ୍ରସ ଭଲେଣ୍ଟିୟର କାଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ !!!

