Site icon Awaj Media

ଚିନ୍ମୟ ଫାଉଣ୍ଡେସନର ୨୮୮ ଓ ୨୮୯ ତମ ମିଶନ୍‌ ଅମୃତ ହସ୍ତମ୍ ସେବା କାର୍ଯ୍ୟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜସେବାକୁ ନିଜ ଜୀବନର ବ୍ରତ ଭାବରେ ଆଦରିନେଇ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଆଦ୍ୟାବଧି ୨୦୨୩ ଦିନ ଧରି ନିରବଛିନ୍ନ ପ୍ରକ୍ରିୟାରେ ଅସହାୟ, ଦିବ୍ୟାଙ୍ଗ ଓ ବୁଭୁକ୍ଷୁ ଜନତାଙ୍କୁ ସେବା ଯୋଗାଇ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନ ଦ୍ଵାରା ଜିରୋ ହାବିଟାଟ୍ ପିପୁଲ୍ସ ମାନଙ୍କ ପାଇଁ ପରିଚାଳିତ କାର୍ଯ୍ୟକ୍ରମ ମିଶନ୍‌ ଅମୃତ ହସ୍ତମ୍ ପକ୍ଷରୁ ଗତ ସେପ୍ଟେମ୍ବର ୨୧ ତାରିଖରୁ ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ଅର୍ଥାତ ଫାଉଣ୍ଡେସନ୍‌ର ୨୮୮ତମ ଓ ୨୮୯ ସାପ୍ତାହିକ ସେବା କାର୍ଯ୍ୟ (ଫାଉଣ୍ଡେସନର ଦିନ ସଂଖ୍ୟା ୨୦୦୯ରୁ ୨୦୨୩ ପର୍ଯ୍ୟନ୍ତ) ଓଡ଼ିଶାର ବିଭିନ୍ନ ସ୍ଥାନରେ ଦୁଃଖୀ, ଗରିବ, ଅସହାୟ, ବୁଭୁକ୍ଷୁ, ବିକଳାଙ୍ଗ, ରୋଗୀ ତଥା ବୃଦ୍ଧ ବୃଦ୍ଧା ମାନଙ୍କୁ ରିଲିଫ ଯୋଗାଣ ସହ ମହାମାରୀ କୋଭିଡ କିଟ୍ ବଣ୍ଟନ ଆଦି କରାଯାଇଥିବାର ଦେଖିବାକୁ ମିଳିଛି। ଏଥିରେ ଶ୍ରୀକ୍ଷେତ୍ର ସାହୁ, ସୌମ୍ୟରଞ୍ଜନ ଦାସ ଆଦି ସହଯୋଗ କରିଥିଲେ।

Exit mobile version