Site icon Awaj Media

ବର୍ଣ୍ଣାଢ୍ୟ ପରିବେଶ ରେ ଉଦଘାଟିତ ହେଲା ବାଙ୍କୀ ମହୋତ୍ସବ ର ପଚିଶ ତମ ସଂସ୍କରଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବର୍ଣ୍ଣାଢ୍ୟ ପରିବେଶ ରେ ଉଦଘାଟିତ ହେଲା ବାଙ୍କୀ ମହୋତ୍ସବ ର ପଚିଶ ତମ ସଂସ୍କରଣ ! ବାଙ୍କୀ ର ଗଣ ପର୍ବ କୁମାର ପୂର୍ଣିମାରେ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ବାଙ୍କୀ ! କଚେରୀ ପଡିଆରେ ଆୟୋଜିତ ବାଙ୍କୀ ମହୋତ୍ସବ ର ରୌପ୍ୟ ଜୟନ୍ତୀ ସମାରୋହ କୁ ଉଦଘାଟନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ! ସକାଳୁ ମା ଚର୍ଚିକା ଙ୍କ ମନ୍ଦିର ରୁ ଆଜ୍ଞା ମାଳ ଆସିବା ପରେ ତ୍ରିଶୁଳିଆ ଠାରୁ ବାଙ୍କୀ ମହୋତ୍ସବ ପଡିଆ ଯାଏଁ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ! ଅପରାହ୍ନରେ ମୁଖ୍ୟମନ୍ତ୍ରୀ , ମହୋତ୍ସବ ମଞ୍ଚ ପାଖରେ ପହଂଚି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ! ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ବକ୍ତା , ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ସ୍ୱତନ୍ତ୍ର ଅତିଥି , କଟକ ଜିଲ୍ଲାପାଳ ଏବଂ ବାଙ୍କୀ ବିକାଶ ମଞ୍ଚର ଅଧ୍ୟକ୍ଷ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ! ସାଧାରଣ ସଭା ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା !

Exit mobile version