Site icon Awaj Media

ମୀରା ବଜାର ଲକ୍ଷ୍ମୀ ପୂଜା କମିଟି ର କଳସ ଯାତ୍ରା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ମୀରା ବଜାର ଲକ୍ଷ୍ମୀ ପୂଜା କମିଟି ର କଳସ ଯାତ୍ରା l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସଇ ୮ ନଂ ୱାର୍ଡ ର ମୀରା ବଜାର ଲକ୍ଷ୍ମୀ ପୂଜା କମିଟି ତରଫରୁ ମା ଧନଦାତ୍ରି ଲକ୍ଷ୍ମୀ ଙ୍କ ପୂଜା ନିମନ୍ତେ ଦିନ ୧୧ ଘଟିକା ସମୟରେ କମିଟି ର ଶହ ଶହ ମହିଳା ମାନେ କଳସ ଧରି ପାଣି ଆଣିବା ପାଇଁ ଜଗନ୍ନାଥ ମନ୍ଦିର ନିକଟରେ ଥିବା ରାଜାଙ୍କ ଗଡ ବନ୍ଧ ରୁ ପୂଜା ଅର୍ଚ୍ଚନା କରାଯାଇ ପାଣି ଅଣାଯାଇଥିଲା l ଏହି ପାଣି ଆଣିବା ପାଇଁ କଳସ ଯାତ୍ରା ଯାଉଥିବା ସମୟରେ ବାଜା ବଜାଇ ବାଣ ଫୁଟାଇ ସଙ୍କୀର୍ତ୍ତନ କରି କରି ଯାଉଥିବା ଦେଖିବାକୁ ମିଳିଥିଲା l ଏହି କଳସ ଯାତ୍ରା ରେ ମୀରା ବଜାର ର ବୟସ୍କ ବରିଷ୍ଠ ନାଗରିକ, ବଜାର କମିଟି ର ସଭାପତି,ସମ୍ପାଦକ ବିଜୟ କୁମାର ବେହେରା, ନିରୋଦ କୁମାର ମିଶ୍ର,ଉପସଭାପତି ମନୋରଞ୍ଜନ ସାହୁ,ସତିଶ ଆଚାର୍ଯ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ l

Exit mobile version