Site icon Awaj Media

ସଭ୍ୟତା ଯେତେ ପ୍ରଗତି ପଥରେ ଆଗେଇ ଥିଲେ ମଧ୍ୟ ପ୍ରାଚୀନ ପରମ୍ପରା ସମାଜକୁ ସୁସ୍ଥ ଓ ଶୃଙ୍ଖଳିତ କରିଥାଏ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ପ୍ରଗତି ଆନୁକୂଲ୍ୟରେ ସ୍ଥାନୀୟ ୟୁ.ଟେକ୍. କମ୍ପ୍ୟୁଟର ଏଡୁକେସନ ପରିସରରେ କୁମାରୋତ୍ସବ ୨୦୨୫ ପାଳିତ ହୋଇଯାଇଛି।ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନା କରିଥିବାବେଳେ ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ପ୍ରଦାନ ପରେ ସଭାପତି ଲୋକନାଥ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମଞ୍ଚ ଆହ୍ବାନ ଶୁଭଶ୍ରୀ ଭୁକ୍ତା ଏବଂ ପରିଚୟ ପ୍ରଦାନ ସ୍ନେହା ବେହେରା ଦେଇଥିଲେ। ମୁଖ୍ୟ ଅତିଥି ଡାକ୍ତର ମୁର୍ମୁ, ବିଶିଷ୍ଟ ଅତିଥି କାମକ୍ଷୀ ପ୍ରସାଦ ପତି,ମୁଖ୍ୟ ବକ୍ତା ଭାଗବତ ପାଢ଼ୀ, ସ୍ଵତନ୍ତ୍ର ଅତିଥି ଭାଗିରଥି ପଣ୍ଡା ଓ ରାମଚନ୍ଦ୍ର ପାଢୀ ସମ୍ମାନିତ ଅତିଥି ହରିମୋହନ ପଟ୍ଟନାୟକ, ଲିଙ୍ଗରାଜ ପାଣିଗ୍ରାହୀ ଯୋଗ ଦେଇ କୁମାର ଉତ୍ସବ ପାଳନର ତାତ୍ୱର୍ଯ୍ୟ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଓଡ଼ିଶାର ପାରମ୍ପରିକ ପର୍ବ ପାଳନ ସହିତ ଅଳତା ପରିଧାନ,ମେହେନ୍ଦି, ଚୁଡିସଜ୍ଜା, ହୁଳହୁଳି,ଶଙ୍ଖ, ଝୋଟି, ଦଉଡ଼ି ଡ଼ିଆ , ତର୍କ ,ନୃତ୍ୟ ପ୍ରଭ୍ରୁତି ର ବିଜୟୀ ଛାତ୍ର ଛାତ୍ରୀ ଓ ଗୃହିଣୀ ମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରିୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ମୂରଲୀଧର ପରିଛା, ଶରତ ପ୍ରଧାନ, ତ୍ରିପତି ପଣ୍ଡା ପରିଚାଳନା କରିଥିଲେ।

Exit mobile version