Site icon Awaj Media

ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ପୁରୁଷ ମାନଙ୍କୁ ହାଲୁକା ମୋଟର ଯାନ ଚାଳକ ତାଲିମ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ପୁରୁଷ ମାନଙ୍କୁ ହାଲୁକା ମୋଟର ଯାନ ମାଲିକ ଚାଳକ ତାଲିମ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ତାରିଖ ୦୮.୧୦.୨୦୨୫ ଦିନ ଅନୁଷ୍ଠିତ ହୋଇଥିଲା । ଏହି ୩୧ ଦିନିଆ ହାଲୁକା ମୋଟର ଯାନ ମାଲିକ ଚାଳକ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ରୁ ସର୍ବମୋଟ ୩୫ ଜଣ ପୁରୁଷ ତାଲିମାର୍ଥୀ ଉପସ୍ଥିତ ରହିଥିଲେ l ଉଦଯାପନୀ ସଭାରେ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀମାନ ତ୍ରିନାଥ ନାଗ ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା,ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ,ଓଡ଼ିଶା ଜୀବିକା ମିଶନ-ଗଜପତି ତଥା ଶ୍ରୀମାନ ନିରଞ୍ଜନ ନନ୍ଦ, ପୂର୍ବତନ ମୁଖ୍ୟ ପ୍ରବନ୍ଧକ,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଶ୍ରୀମାନ ଦିଲୀପ କୁମାର ତନ୍ତୀ, ବରିଷ୍ଠ ପ୍ରାଧ୍ୟାପକ ସମ୍ମlନୀତ ଅତିଥି ଭାବେ ଉପସ୍ଥିତ ରହି ତାଲିମାର୍ଥୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାଭଲମ୍ବୀ ଭାବେ ରୋଜକାରୀକ୍ଷମ ଉଦ୍ୟୋଗୀ ହୋଇପାରିବେ । ଏହି ସଭାରେ ଅନୁଷ୍ଠାନର ହାଲୁକା ମୋଟର ଯାନ ମାଲିକ ଚାଳକ ତାଲିମ ପ୍ରଶିକ୍ଷିକ ଶ୍ରୀମାନ ତପନ ଦୋରା ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ପାଠ୍ୟ ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ l

Exit mobile version