Site icon Awaj Media

ସରପଞ୍ଚ ଙ୍କ ସ୍ୱାମୀ ଙ୍କ ମନମୁଖୀ ଗଛକଟା ନେଇ ଗ୍ରାମବାସୀଙ୍କ ଅନିର୍ଦ୍ଧିଷ୍ଟ କାଳ ଗଣଧାରଣା !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଦୀର୍ଘ ଘଣ୍ଟା ଆନ୍ଦୋଳନ ପରେ ରେଞ୍ଜରଙ୍କ ଲିଖିତ ପ୍ରତିଶ୍ରୁତି ପରେ ସ୍ଥଗିତ କଲେ ଗ୍ରାମବାସୀ।ପଦ୍ମପୁର,୦୭/୧୦/୨୦୨୫ :- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ରେଞ୍ଜ ଝାରବନ୍ଧ ବ୍ଲକର କୁର୍ଲୁ ରିର୍ଜବ ଫରେଷ୍ଟ ଗଛକଟାକୁ ନେଇ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗଣଧାରଣା ଦେଇଛନ୍ତି ଗ୍ରାମବାସୀ । ସୂଚନା ଯୋଗ୍ୟ ଯେ ପ୍ରାୟ ମାସାଧିକ କାଳ ହେବ କୁର୍ଲୁପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଅହଲ୍ୟା ପଟେଲ ଙ୍କ ସ୍ବାମୀ ତୁକାରାମ ପଟେଲ ରିର୍ଜବ ଫରେଷ୍ଟ ଅଞ୍ଚଳ ର ପ୍ରାୟ ୫୦୦ ଶହ ଗଛ କାଟି ଦେଇଥିବା ନେଇ ବିଭାଗୀୟ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଗ୍ରାମବାସୀ । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନ ଥିବାରୁ ଗ୍ରାମବାସୀ ପାଇକମାଳ ରେଞ୍ଜ ଅଧିକାରୀ କାର୍ଯ୍ୟାଳୟ ସମ୍ବୁଖାରେ ଦେଇଥିଲେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଗଣଧାରଣ । ଅପରାହ୍ନ ପ୍ରାୟ ୨ଟା ସମୟରେ ପୋଲିସ ଅଧିକାରୀ,ଗ୍ରାମବାସୀ ଉପସ୍ଥିତିରେ ପାଇକମାଳ ରେଞ୍ଜର ହୃଦାନନ୍ଦ ମିଶ୍ର ଙ୍କ ଦ୍ଵାରା ଏହି ଗଛକଟା ଘଟଣାକୁ ନେଇ ଆସନ୍ତା ୧୦ ତାରିଖ ଦିନ ଘଟଣା ସ୍ଥଳକୁ ଯାଇ ପୁନଃ ତଦନ୍ତ କରାଯିବା ଓ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ କରିଥିଲେ ଗ୍ରାମବାସୀ।

Exit mobile version