Site icon Awaj Media

ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ A-H E L P 3 ବ୍ୟାଚ ର ପ୍ରଶିକ୍ଷଣ ଶିବିର ଉଦଘାଟିତ !!!

Spread the love

ଗଜପତି ( ଆୱାଜ )ମିଡ଼ିଆ – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ A HELP 3 ବ୍ୟାଚ ର 16 ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି।ଏହି ତାଲିମ 8 ତାରିଖ ରୁ ଆରମ୍ଭ ହୋଇ 23 ଅକ୍ଟୋବର ପର୍ଯ୍ୟନ୍ତ ଚାଲୁରହିବ।ଏହି ତାଲିମ ଶିବିରକୁ କାଶୀ ନଗର ବ୍ଲକ ରୁ 8 ଜଣ ପ୍ରାଣୀ ମିତ୍ର,ନୂଆଗଡ଼ ବ୍ଲକ ରୁ 14 ଜଣ ଓ ରାୟଗଡ ବ୍ଲକ ରୁ 3 ଜଣ ପ୍ରାଣୀମିତ୍ର ତାଲିମ ହେଉଛନ୍ତି।ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶଙ୍କର କେରକେଟା ଉଦଘାଟନ କରିଥିବା ବେଳେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ବିଧ୍ୟୁତ ଶେଖର ମିଶ୍ର, ଆର ସେ ଟି ର ନିର୍ଦ୍ଦେଶକ ତ୍ରିନାଥ ନାୟକ, DPM ଟିମନ ବୋରା ଏମ୍ ଡି ଭି ଓ ଡକ୍ଟର ପ୍ରସନ୍ନ ଦାସ, ଡି ଟି ସି ଡକ୍ଟର ଆଲୋକ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡକ୍ଟର ଶୁଭଙ୍କର ସେଠୀ ପରିଚାଳନା କରିଥିଲେ। ଶେଷରେ ଡକ୍ଟର ପ୍ରସନ୍ନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version