Site icon Awaj Media

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଜ୍ଞାନ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସାର୍ବଭୌମ୍ୟ ମହାଗ୍ରନ୍ଥ ଶ୍ରୀମଦଭଗବଦ ଗୀତା ମାନବ ସଭ୍ୟତା ସଂସ୍କୃତିର ହୃଦୟ । ଭାରତ ଆଧ୍ୟାତ୍ମିକତାର ପ୍ରାଣ , ଏହା ଜୀବନକୁ ପୂର୍ଣ୍ଣାଙ୍ଗ କରେ। ଗୀତାର ପ୍ରଚାର ପ୍ରସାର ପାଇଁ ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ବିଗତ ବର୍ଷମାନଙ୍କ ଭଳି ଏବର୍ଷ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବ୍ଲକ ସ୍ତରୀୟ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୀତାଙ୍କ ପଞ୍ଚମ ଅଧ୍ୟାୟ ଉପରେ ଆଧାରିତ ଗୀତା ଆବୃତ୍ତି ପ୍ରତିଯୋଗିତା ଚାରୋଟି ବିଭାଗ କରାଯାଇ ବିଭିନ୍ନ ବିଦ୍ୟାଳୟର ୬୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେବୀମଠ ମହନ୍ତ ମହାରାଜ ରମାନନ୍ଦ ଦାସ ଜୀ ଦୀପ ପ୍ରଜ୍ୱଳନ କରି ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ତାଙ୍କରି ମାର୍ଗଦର୍ଶନରେ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ପ୍ରତିନିଧିତ୍ୱରେ ୧୨ ଜଣ ବିଚାରକ ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏଥିରେ ପଣ୍ଡିତ କୁମୁନ୍ଦ ରଞ୍ଜନ ଦାସ ଓ ପ୍ରଜ୍ଞାନ ମିଶନ ର ଜିଲ୍ଲା ସଂଯୋଜକ ଓ କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥଲେ । ଦ୍ଵିତୀୟ ପର୍ଯ୍ୟାୟରେ ପଣ୍ଡିତ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରେ ଜିଲ୍ଲାସ୍ତର ପାଇଁ କୃତିତ୍ବ ହାସଲ କରିଥିବା ୧୨ଜଣଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଉତ୍ସହିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପ୍ରଜ୍ଞାନ ମିଶନର ଅଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଗୀତାପ୍ରେମୀ ଶ୍ୟାମାସୁନ୍ଦର ଗନ୍ତାୟତ ଆଗାମୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ସମସ୍ତ କାର୍ଯ୍ୟକ୍ରମକୁ ବାଳ-ମୁକୁନ୍ଦ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିଥିଲେ ଏବଂ ଶେଷରେ ‘ଗୀତା ସୁଗୀତା କର୍ତ୍ତବ୍ୟା’ ବାର୍ତ୍ତାକୁ ଉପସ୍ଥାପନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version