ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ଗତ ଦୁଇ ତାରିଖରେ ଯେଉଁ ଲଗାଣ ବର୍ଷା ହେଲା ଗୁମ୍ମା ବ୍ଲକ ର ଅନେକ ଗ୍ରାମରେ କ୍ଷୟକ୍ଷତି ହୋଇଅଛି ଅଧିକାଂଶ ତରଭା ପଞ୍ଚାୟତ ର ଆଶ୍ରୟାଗଡ଼, ସୁକେଇ ଓ ମାଡାଉଲ ଗ୍ରାମ ସବୁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଯେପରିକି ପୋଲ ଭାଙ୍ଗି ଏବଂ ଅନେକ ଚାଷୀର ଫସଲ ନଷ୍ଟ ହୋଇଛି ଏହି ପରିପ୍ରେକ୍ଷୀରେ ସେହି ପ୍ରଭାବିତ ଗ୍ରାମ ସବୁ ବୁଲି ଦେଖିବା ସହ କ୍ଷୟକ୍ଷତି ର ସମୀକ୍ଷା କଲେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ l ସେହିପରି ଭାବେ ତୁମୁଳ ପଞ୍ଚାୟତ ର ତୁମଚାର, ଅରାଙ୍ଗୁଗୁଳ, ତବରସିଂ ଗ୍ରାମବାସୀ ବିଧାୟକ ଙ୍କୁ ନିଜଗ୍ରାମର ସମସ୍ୟା କୁ ନେଇକି ନିଜ ଦୁଃଖ ଜଣାଇଲେ l ଏଥିରେ ବିଧାୟକ ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ବୁଝି ରାସ୍ତା କାମ ତୁରନ୍ତ କରିବା ପାଇଁ ପ୍ରତିଶୃତି ଦେଲେ ଓ ପୂର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ଦିଲୀପ ବେହେରା ଙ୍କୁ ଯଥା ଶୀଘ୍ର ଏ ରାସ୍ତା କାମ କରିବାକୁ ନିର୍ଦେଶ ଦେଲେ l ଏହି ପରିଦର୍ଶନ ରେ ବିଧାୟକ ଙ୍କ ସହ ଗୁମ୍ମା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି, ଗୁମ୍ମା ବ୍ଲକ ଅଧ୍ୟାକ୍ଷା ସୁନେମି ମଣ୍ଡଳ ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ,ଗୁମ୍ମା ବ୍ଲକ ଉପାଦକ୍ଷ ଶ୍ରୀନିବାସ,ଗୋଶାଣୀ ଜିଲ୍ଲାପରିଷଦ ଏସ ବାଲରାଜୂ,ଦୁଇ କନିଷ୍ଟ ଯନ୍ତ୍ରୀ, ମସୁଲନ ଏବଂ ପ୍ରିତମ ପ୍ରମୁଖ ଉପସ୍ଥିତ ଥିଲେ l
ଲଗାଣ ବର୍ଷା ରେ କ୍ଷତିଗ୍ରସ୍ତ ଅଂଚଳ ଗସ୍ତ କଲେ ପାରଳା ବିଧାୟକ !!!

