ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭୋରରୁ ଭକ୍ତମାନେ ନଡିଆ , କଦଳୀ, ବେଲପତ୍ର, କ୍ଷୀର , ଦହି, ପଇଡ଼, ମହୁ , ଫୁଲ ପ୍ରଭୃତି ପୂଜା ସାମଗ୍ରୀ ଧରି ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହି ଦିନ ଉପବାସ ରହି ଶିଵଙ୍କୁ ଅଭିଷେକ କଲେ କୋଟି ପୁଣ୍ୟ ମିଳେ ଓ ନିଜର ପରିବାରର ସମୃଦ୍ଧି ହେବା ସହ ରୋଗ ବ୍ୟାଧି ଦୂର ହୋଇ ଶାନ୍ତି ରେ ଜୀବନ ଅତିବାହିତ ହୁଏ ବୋଲି ବିଶ୍ୱାସ ରହିଛି ।
ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଶୈବ ପୀଠରେ ଭକ୍ତଙ୍କ ସମାଗମ !!!

