Site icon Awaj Media

ପଶ୍ଚିମବଙ୍ଗ ସରକାର ରେ ନାରୀ ଅସୁରକ୍ଷିତ : ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମକୁ ନେଇ ବିଜେପିର ପ୍ରତିବାଦ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କୋଲକତାରେ ଓଡ଼ିଆ ଛାତ୍ରୀ ଗଣଦୁଷ୍କର୍ମକୁ ନେଇ ବିଜେପି ମହିଳା ମୋର୍ଚ୍ଚା ତରଫରୁ ସ୍ଥାନୀୟ ବାଦାମବାଡ଼ି ଛକରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବିଜେପି ମହିଳା ମୋର୍ଚ୍ଚର ଏହି ପ୍ରତିବାଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ଭିତ୍ତି କରି ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିବାଦ ସଭାରେ ମମତାଙ୍କର ଏକ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ କୁହାଯାଇଛି ଯେ , ମମତା ନିଜେ ଜଣେ ନାରୀ ହୋଇ ଆଉ ଜଣେ ନାରୀ ବିରୁଦ୍ଧରେ ଏଭଳି ବୟାନ ଦେବା ଆଦୌ ଗ୍ରହଣୀୟ ନୁହେଁ। ମମତାଙ୍କର ଏଭଳି ମନ୍ତବ୍ୟ ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିବ। ମମତାଙ୍କ ବୟାନରେ ସେ ପ୍ରଶ୍ନ କରିଛନ୍ତି ଯେ, ରାତିରେ ଜଣେ ନାରୀ ବାହାରକୁ ଯିବାର ଆବଶ୍ୟକତା କଣ ? କାହାକୁ ବିଜେପି ତୀବ୍ର ଓ ନିନ୍ଦା ସମାଲୋଚନା କରି କହିଛି ଯେ , ମମତା ଖୋଦ ଜଣେ ନାରୀ ହୋଇ ଏଭଳି ମନ୍ତଵ୍ୟ କେମିତି ରଖୁଛନ୍ତି। ଯେଉଁଥିରୁ ସ୍ପଷ୍ଟ ବାରି ହେଉଛି ଯେ, ପଶ୍ଚିମବଙ୍ଗ ସରକାରରେ ନାରୀ ସମ୍ପୂର୍ଣ୍ଣ ଅସୁରକ୍ଷିତ ବୋଲି ବିଜେପି ଯୁକ୍ତି ବାଢିଛି ।

Exit mobile version