Site icon Awaj Media

ଗୋଶାଣୀ ବ୍ଲକ ରେ ନୂତନ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅନୁରୋଧ କରିଲେ ପି ଭି ପ୍ରସାଦ ନାଇଡୁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ଗୁରାଣ୍ଡି ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଅଭିଯୋଗରେ ବଡ଼ କୋତୁରୁ ପି ଭି ପ୍ରସାଦ ନାଇଡୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଲିଖିତ ଆକାରରେ ଜଣ।ଇଛନ୍ତି ଯେ , ଗୋଶାଣୀ ବ୍ଲକ ଠାରେ ଏକ ନୂତନ ଦମକଳ କେନ୍ଦ୍ର ସ୍ଥାପନ କରିଲେ ଏକୋଇଶି ଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଉପକୃତ ହୋଇ ପାରିବେ ! ପାରଳାଖେମୁଣ୍ଡି ସହର ଠାରୁ ବ୍ଲକକୁ 25 କିଲୋ ମିଟର ପଡୁଛି , କୌଣସି ଅସୁବିଧା ହେଲେ ପାରଳାଖେମୁଣ୍ଡି ଦମକଳ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ଗୋଶାଣୀ ବ୍ଲକ ଠାରେ ନୂତନ ଦମକଳ କେନ୍ଦ୍ର ସ୍ଥାପନ କରିଲେ ଜନ ସାଧାରଣ ଉପକୃତ ହୋଇ ପାରିବେ ବୋଲି ପ୍ରକାଶ କରିଛନ୍ତି ।

Exit mobile version