Site icon Awaj Media

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତ ପୁରୁଭଟ୍ଟା କ୍ଲଷ୍ଟର ର ରାଇପାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି l ପୁରୁଭଟ୍ଟା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ଫତେସିଂହ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ କ୍ଲଷ୍ଟରର ମୋଟ ୭ ଟି ବିଦ୍ୟାଳୟ ରୁ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ତର୍କ, ବକ୍ତୃତା, ଚିତ୍ରାଙ୍କନ, ହସ୍ତାକ୍ଷର ଲିଖନ, ସୃଜନ ଶୀଳ ଲିଖନ, ପ୍ରବନ୍ଧ ଲିଖନ, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ରାଇପାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରୂପେଶ କୁମାର ଷଡ଼ଙ୍ଗୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଚାନ୍ଦୁଲାଲ ମଲ୍ଲିକ ଯୋଗ ଦେଇ ଦୀପ ଧୂପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଲଣ୍ଡାଗାଁ କ୍ଲଷ୍ଟର ଆଞ୍ଚଳିକ ସାଧନ କର୍ମୀ ସଂଯୋଜକ ରମେଶ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମ ର ଉଦେଶ୍ୟ ଏବଂ ଆନନ୍ଦମୟ ଶିକ୍ଷା ପିଲାଙ୍କ ପ୍ରତିଭା କୁ ବିକଶିତ କରିଥିବା ମତ ରଖିଥିଲେ l ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏଥିରେ କ୍ଲଷ୍ଟର ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

Exit mobile version