Site icon Awaj Media

ଜନଜାତି ଜୀବିକା ମିଶନ ପରିଚାଳନା କମିଟି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ଆଦି କର୍ମଯୋଗୀ ଅଭିଯାନ ସମ୍ପର୍କିତ ସଭା ଜିଲ୍ଲପାଳ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ମୁଖ୍ୟ ବିକାଶ ଅଧିକାରୀ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ପ୍ରକଳ୍ପ ନିର୍ଦ୍ଦେଶକ(ଜଳ ବିଭାଜିକା), ମହାପରିଚାଳକ- ଜିଲ୍ଲା ଶିଳ୍ପ ସଂସ୍ଥା, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ, ଜିଲ୍ଲା ପ୍ରବନ୍ଧକ(ଓଏଆଇସି), ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ(ଓଡ଼ିଶା ଜୀବିକା ମିସନ୍) ଉପନିର୍ବାହୀ ଅଧିକାରୀ(ଓରମାସ୍) ଓ ସିସିଡିର ସମ୍ପାଦକ ଯୋଗ ଦେଇ ଆଗାମୀ ରବି ଋତୁ ପାଇଁ ପ୍ରସ୍ତୁତ ହୋଇଥିବା କୃଷି ଯୋଜନା ଏବଂ ଆଦି କର୍ମଯୋଗୀ ଅଭିଯାନରେ ପ୍ରସ୍ତୁତ ହୋଇଥିବା ୩୪୫ ଗ୍ରାମର ଯୋଜନା ମଞ୍ଜୁର ଉପରେ ଆଲୋଚନା ହୋଇଥିଲା। ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଯିବା ନେଇ ମତାମତ ପ୍ରଦାନ କରିଥିଲେ |

Exit mobile version