Site icon Awaj Media

ରମା ଏକାଦଶୀରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ କୃଷ୍ଣପକ୍ଷର ପବିତ୍ର ରମା ଏକାଦଶୀରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।କାର୍ତ୍ତିକ ମାସ ଏକ ପୁଣ୍ୟ ମାସ ହୋଇ ଥିବାରୁ ଆଖପାଖ ଅଞ୍ଚଳ ସହ ସହରର ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଛି। ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ସୁଦର୍ଶନ ପୂଜା ପାଉଛନ୍ତି। ଭୋର 4 ଟା ରୁ ଠାକୁରଙ୍କ ନୀତିକାନ୍ତି, ପୂଜାର୍ଚ୍ଚନା ଆରମ୍ଭ ହୋଇ ସକାଳ ଆଳତୀ ଷୋଡ଼ଶ ଉପଚାର ପୂଜା ହୋଇଛି।ରମା ଏକାଦଶୀ ତିଥି ଥିବାରୁ ଭକ୍ତ ମାନେ ନଡିଆ, କଦଳୀ, ପଦ୍ମଫୁଲ ପ୍ରଭୃତି ସଙ୍ଗରେ ଆଣି ଠାକୁରଙ୍କୁ ପୂଜାର୍ଚ୍ଚନା କରିଛନ୍ତି।ସନ୍ଧ୍ୟା ଆଳତୀ ଦର୍ଶନ ସାଙ୍ଗକୁ କାର୍ତ୍ତିକ ପୁରାଣ ପଠନ,ଭାଗବତ ଚର୍ଚ୍ଚା,ହରି ନାମ ସଂକୀର୍ତ୍ତନ ହେଉଛି।ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Exit mobile version