Site icon Awaj Media

୪୬ତମ ଆନ୍ତଃ ମହାବିଦ୍ୟାଳୟ ଚେସ ପ୍ରତିଯୋଗିତାରେ ବାଲିଗୁଡ଼ା ର ଦୁଇ ଛାତ୍ରୀଙ୍କ କୃତିତ୍ୱ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରେ ଚାଲିଥିବା ୪୬ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଓ ମହିଳା ଚେସ ପ୍ରତିଯୋଗିତାରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଦୁଇ ଛାତ୍ରୀ କୃତିତ୍ୱ ହାସଲ କରି ଫେରିଛନ୍ତି। ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଗଙ୍ଗାଧର ପଣ୍ଡା ଙ୍କ ନେତୃତ୍ୱରେ ଏଠାରୁ ଯାଇଥିବା ଯୁକ୍ତ ତିନି କଳା ଶେଷ ବର୍ଷର ଛାତ୍ରୀ ନିର୍ମିତା ପ୍ରଧାନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାବେଳେ ଯୁକ୍ତତିନି କଳା ବିଭାଗର ଶେଷ ବର୍ଷ ଛାତ୍ରୀ ରେଶମା ରାଣୀ ପ୍ରଧାନ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ଉକ୍ତ ଦୁଇ ଛାତ୍ରୀଙ୍କ ସଫଳତା ପାଇଁ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉଭୟ ଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି ।

Exit mobile version