Site icon Awaj Media

ମା ଚର୍ଚ୍ଚିକା ପାଲା ମଣ୍ଡଳ ର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଢ଼ସର ଗ୍ରାମସ୍ଥିତ ମହାପର୍ବତ ପାଦଦେଶରେ “ମା ଚର୍ଚ୍ଚିକା ପାଲା ମଣ୍ଡଳ” ବାଙ୍କୀର ଚଳିତ ବର୍ଷର ବାର୍ଷିକ ସମ୍ମିଳନୀ ଉପଲକ୍ଷେ ଏହାର ସଭାପତି ନିଶିକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ପବିତ୍ର ଦୀପାବଳି ଦିନ ଅନୁଷ୍ଠିତ ହୋଇ ଯାଇଅଛି | ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ବିନାୟକ ମିଶ୍ର ମଙ୍ଗଳା ଚରଣ ପାଠ କରିଥିଲେ |ଗାୟକ ଲକ୍ଷ୍ମୀଧର ପଣ୍ଡା ଶର୍ମା ମଞ୍ଚ ପରିଚାଳନା ସହିତ ଶିକ୍ଷାବିତ ତଥା ଗାୟକ ଦିଲ୍ଲୀପ କୁମାର ମହାପାତ୍ର ବାର୍ଷିକ ବିବାରିଣୀ ପାଠ କରିଥିଲେ | ଅନୁଷ୍ଠାନର ସ୍ଥାୟୀ ସଭାପତି ଡ଼କ୍ଟର ବୈରାଗୀ ଚରଣ ମଲ୍ଲିକଙ୍କର ପରାମର୍ଶ କ୍ରମେ ଆସନ୍ତା ଡିସେମ୍ବର ମାସରେ ବାର୍ଷିକ ଆଧ୍ୟାତ୍ମିକ ସମ୍ମିଳନୀ ବାଙ୍କୀ କରଡ଼ାପଲ୍ଲୀ ଗ୍ରାମରେ ହେବ ବୋଲି ନିଶ୍ଚିନ୍ତ କରାଯାଇଥିଲା || ପ୍ରସ୍ତାବକୁ ଅନ୍ୟ ସଭ୍ୟସଭ୍ୟା ମାନେ ସ୍ୱାଗତ କରିଥିଲେ | ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶୁଭେଛୁମାନେ ଆସିଥିଲେ | କବି ଗଣେଶ୍ୱର ପରିଡା,ଗାୟକ ପଣ୍ଡିତ ଗଦାଧର ଦାଶ, ଗାୟକ ରୁଦ୍ର ନାରାୟଣ ନନ୍ଦ, ଗାୟକ ବିଭୁ ପ୍ରସାଦ ଦାସ, ଗାୟକ କୈଳାଶ ଚନ୍ଦ୍ର ପୃଷ୍ଟି, ଗାୟକ ଲମ୍ବୋଦର ସ୍ୱାଇଁ, ଗାୟକ ସାରଦା ପ୍ରସନ ନାୟକ, ଗାୟକ ଶତ୍ରୁଘ୍ନ ରଣା, ଗାୟିକା ସତ୍ୟଭାମା ସୁବୁଦ୍ଧି, ସଂଗୀତ କଳାକାର ନିରଞ୍ଜନ ମହାପାତ୍ର, ବଟକୃଷ୍ଣ ସାହୁ ସମେତ ଅନ୍ୟାନ୍ୟ ଗାୟକ, ବାୟକ ଏବଂ ପାଳିଆମାନେ ପ୍ରମୁଖ ଉପସ୍ଥିତ ରହି ବୈଠକକୁ ସଫଳ କରିଥିଲେ ||

Exit mobile version