Site icon Awaj Media

କାର୍ତ୍ତିକ ମାସରେ ପନିପରିବା ଦର ଆକାଶଛୁଆଁ : ଖାଉଟି ହନ୍ତସନ୍ତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି।କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଅଧିକାଂଶ ଲୋକ ଆମିଷ ଭୋଜନ କରନ୍ତି ନାହିଁ ।କେବଳ ପନିପରିବା ଉପରେ ନିର୍ଭର କରନ୍ତି ।ଶାକାହାରୀ ଭୋଜନ କରନ୍ତି ଓ ମଠ ମନ୍ଦିର ଗୁଡିକରେ ଲୋକେ ପ୍ରସାଦ ସେବନ କରିବା ସକାଶେ ଗହଳି ହୋଇ ଥାଏ। ତେଣୁ ପନିପରିବା ଦରକାର ପଡ଼ୁଛି। ସେପଟେ ସହର କୁ ପଡୋଶୀ ରାଜ୍ୟ ରୁ ପନିପରିବା ଆସେ ତତସହିତ ଆଖପାଖ ଅଞ୍ଚଳ ରୁ ମଧ୍ୟ ଆସେ କିନ୍ତୁ ପନିପରିବା ଦର ନୀୟତ୍ରଣ ରହୁ ନାହିଁ।ଯାହା ଫଳରେ ଖାଉଟି କୁ ପନିପରିବା କିଣିବା କଷ୍ଟକର ହୋଇ ପଡୁଛି। ବର୍ତ୍ତମାନ୍ କିଛି ଲୋକ ବଜାର ରୁ କିଣି ରାସ୍ତା କଡ଼ରେ ବିକ୍ରି କରୁଛନ୍ତି। ସେମାନେ ନିଜର ଗୁଜୁରାଣ ମେଣ୍ଟାଇବା ସକାଶେ କିଛି ଲୋକ ନିଜ ଅଞ୍ଚଳ ରୁ ପନି ପାରିବ। ଆଣି ମଧ୍ୟ ବିକ୍ରି ବଟା କରନ୍ତି କିନ୍ତୁ ପନିପରିବା ଦର ନିୟତ୍ରଣ ରହୁ ନାହିଁ। ଯିଏ ପାରିଲା ମନ ଇଚ୍ଛା ଦରରେ ବିକ୍ରୀ କରନ୍ତି । ଦରରେ ନୀୟତ୍ର ଣ ରହୁ ନାହିଁ ଏହି ଭଳି ସହରରେ ଦୀର୍ଘ ଦିନ ହେଲା ଚାଲିଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ପଡ଼ିଲେ ଖାଉଟି ଉପକୃତ ହୋଇ ପାରିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।

Exit mobile version