Site icon Awaj Media

ଦୁର୍ଘଟଣାରେ ତିନି ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ଗ୍ରାମ ନିକଟ ରାସ୍ତାରେ ଏକ ଦୁର୍ଘଟଣା ଘଟି ତିନିଜଣ ଗୁରୁତର ଆହତ ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ରାଜଗୋଲା ଗ୍ରାମ ମାଗୁଣି ଚରଣ ପ୍ରଧାନଙ୍କ ପୁଅ ସନ୍ତୋଷ କୁମାର ପ୍ରଧାନ(୩୬) ସୁକିନ୍ଦା ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅତା ଗ୍ରାମ ଦିପୁ ମଲିକ(୨୧) ଓ ଜେନାପୁର ଗ୍ରାମ କ୍ଷୀରୋଦ ଜେନା(୪୫)ଙ୍କ ସହ ହରିପୁର କଲେଜ ଛକରେ ଦୁର୍ଘଟଣା ଘଟିଥିଲା ଏହି ସମୟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ଉପରେ ଚଢ଼ିଯାଇଥିଲା । ଏହି ଦୁର୍ଘଟଣାରେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଦମକଳ ବାହୀନି ସେମାନଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।

Exit mobile version