ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ରାସୋଳ ରେ ପ୍ରାଣୀ ଚିକିତ୍ସାଳୟ ଉଦଘାଟିତ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ପଞ୍ଚାୟତ ରେ ଥିବା ପ୍ରାଣୀ ଚିକିତ୍ସାଳୟ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ଦ୍ଵାରା ଉଦ୍ଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଭାସ କୁମାର ବେହେରା ଉପସ୍ଥିତ ଥିଲେ ! ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଦେବାଶିଷ ତ୍ରିପାଠୀ ଓ ଅନ୍ୟ ଷ୍ଟାଫ୍ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ! ଏହି ପ୍ରାଣୀ ଚିକିତ୍ସାଳୟ ଉଦ୍ଘାଟନ କାର୍ଯ୍ୟକ୍ରମରେ କିଛି ମୁଣ୍ଡ ଗଣତି ଦଳୀୟ କର୍ମୀ ସରପଞ୍ଚ ଓ ବିଜେଡି ରେ ଥିବା ଆଜି ବିଜେପି ଦଳ ରେ ଆଗ ଧାଡ଼ିରେ ସେମାନେ ସାଂସଦ ଓ ବିଧାୟିକାଙ୍କ ପାଖେ ପାଖେ ରହି ବିଜେପି ଦଳର ଏକ ନମ୍ବର କର୍ମୀ ବୋଲାଉଥିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ବରୁଣ ସର ଉପସ୍ଥିତ ଥିଲେ l
ରାସୋଳ ରେ ପ୍ରାଣୀ ଚିକିତ୍ସାଳୟ ଉଦଘାଟିତ !!!

