କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ କାହା ଇଶାରାରେ ଆଦାୟ ହୋଇଛି ଅର୍ଥ ! ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ରେ ସୁରଭି କାର୍ଯ୍ୟକ୍ରମ ପାଇଁ ପାଖାପାଖି ଏକ ଲକ୍ଷ ଟଙ୍କା ଆଦାୟ ହୋଇଥିବାର ତଥ୍ୟ ଆମର ହସ୍ତଗତ ହୋଇଛି ! ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରାଜ୍ୟସ୍ତରୀୟ ମହୋତ୍ସବ ଯାହା ସାଂସ୍କୃତିକ କାର୍ଯ୍ୟକ୍ରମ, କର୍ମଶାଳା ଏବଂ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କର ସୃଜନଶୀଳ ଏବଂ ସାମଗ୍ରିକ ବିକାଶକୁ ଉତ୍ସାହିତ କରେ ତାହା ଆୟୋଜନ କରୁଛନ୍ତି । ଏହି ମହୋତ୍ସବ, ପ୍ରାୟତଃ ଶିଶୁ ଦିବସରେ ଆୟୋଜିତ ହୁଏ, ଯାହା ଛାତ୍ରଛାତ୍ରୀ ମାନଙ୍କୁ କଳା, ନୃତ୍ୟ ଏବଂ ସାର୍ବଜନୀନ କ୍ଷେତ୍ରରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବାର ଲକ୍ଷ୍ୟ ରଖେ । ପ୍ରଥମେ ପଞ୍ଚାୟତ ସ୍ତର , ପରେ ବ୍ଲକ ଏବେ ତାପରେ ଜିଲ୍ଲା ଏବଂ ଶେଷରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ହୋଇଥାଏ ! ଡମପଡା ବ୍ଲକ ରେ ଥିବା ସମସ୍ତ ପଂଚାୟତରେ କାର୍ଯ୍ୟକ୍ରମ ଆୟୋଜନ ପରେ ଆଜି ରାମଚଣ୍ଡୀ ବିଦ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହେଉଅଛି ! ତେବେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ସିଆରସିସି ସ୍କୁଲ ପିଛା ଉପସ୍ଥାନ ଅନୁଯାୟୀ ଚାନ୍ଦ ଆଦାୟ କରି ମୋଟ ଅଠାନବେ ହଜାର ଚାରିଶହ ଟଙ୍କା ଦେଇଥିବାର ସୂଚନା ମିଳିଛି ! ସରକାର ଙ୍କ ଶିକ୍ଷା ବିଭାଗ ତରଫରୁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପଚିଶ ହଜାର ଟଙ୍କା ଦିଆ ଯାଉଥିବା ସମୟରେ କେଉଁ ଆଧାରରେ ଚାନ୍ଦ ଆଦାୟ ହୋଇଛି ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ !
ସୁରଭି କାର୍ଯ୍ୟକ୍ରମ ପାଇଁ କାହା ଇଶାରାରେ ଆଦାୟ ହୋଇଛି ଅର୍ଥ !!!

