Site icon Awaj Media

ଗଣତନ୍ତ୍ର ଦିବସରେ ନୂଆ ପଞ୍ଚାୟତ , ସହ ନୂଆ କର୍ମକର୍ତ୍ତା ଚୟନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସ୍ଥାନୀୟ ଅଂଚଳର ଉନ୍ନତି ପାଇଁ ଗଣତନ୍ତ୍ର ଦିବସରେ ନୂଆ ପଞ୍ଚାୟତ , ସହ ନୂଆ କର୍ମକର୍ତ୍ତା ଚୟନ । ଗଣତନ୍ତ୍ର ଦିବସରେ ଗଠନ ହେଲା ନୂଆ ପଞ୍ଚାୟତ । ତା ସାଙ୍ଗକୁ ଅଞ୍ଚଳବାସୀ ଚୟନ କରିଛନ୍ତି ନୂତନ କର୍ମକର୍ତ୍ତା । କଟକ କେଶରପୁର ଅଞ୍ଚଳରେ ଜାନୁୟାରୀ 26 ଅବସରରେ ଏଭଳି କିଛି ନିଆରା କାର୍ଯ୍ୟ ସମ୍ପାଦନ ହୋଇଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂଚନା ଅନୁଯାୟୀ ଅଞ୍ଚଳରେ ଦୀର୍ଘ ଦିନ ଧରି ଅନେକ ସମସ୍ୟା ଲାଗି ରହିଅଛି । ଯାହା ପ୍ରତି ପୂର୍ବରୁ ଥିବା ସମିତି ସଦସ୍ୟ ସେତେଟା ଗୁରୁତ୍ୱ ନଦେଇ ଅବହେଳା କରୁଛନ୍ତି । ଏଣୁ ଅଞ୍ଚଳବାସୀଙ୍କ ସର୍ବ ସମ୍ମତି ଅନୁସାରେ ନୂଆ ପଞ୍ଚାୟତ ଗଠନ ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଯେଉଁଥିରେ ବିଶେଷ କରି ସମ୍ପାଦକ ଭାବେ ଚୟନ ହୋଇଥିବା ଶେଖ ଆଦିଦଙ୍କର ନାଁ ଅଧିକ ଶୁଣିବାକୁ ମିଳୁଛି । ପୂର୍ବରୁ ଆଦିଦ କବରସ୍ତାନ ସମ୍ପାଦକ ଥିଲେ ଏବଂ ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେ ସାମିଲ ହୁଅନ୍ତି ।

Exit mobile version