Site icon Awaj Media

ଦୁଇ ପଂଚାୟତର ସମସ୍ତ କାର୍ଯାଳୟରେ ଉଡିଲା ତ୍ରିରଙ୍ଗା ପତାକା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ର ତାଳବସ୍ତ ଏବଂ ଦୁଲଣାପୁର ଗ୍ରାମ ପଂଚାୟତର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ୭୭ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳନ କରାଯାଇଅଛି।ଦେଶ ମାତୃକା, ସମ୍ବିଧାନ ଓ ଗଣତନ୍ତ୍ର ଏକତାକୁ ବଜାୟ ରଖିବାକୁ ଯାଇ ତାଳବସ୍ତ ବନପାଳ କାର୍ଯ୍ୟାଳୟରେ ମୁଖ୍ୟ ବନପାଳ ବିକାଶ କୁମାର ପଲେଇ, ସରକାରୀ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବାଶିଷ ପାଣି, ବିଦ୍ୟାଧରପୁର ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଗଗନ ବେହେରା, ତାଳବସ୍ତ ରାଜସ୍ବ ନିରୀକ୍ଷକ କାର୍ଯାଳୟରେ ନିରୀକ୍ଷକ ଦେବ ପ୍ରସାଦ ବିଶ୍ୱାଳ,ବିଦ୍ୟାବାଟିକା ଖେଳ ବିଦ୍ୟାଳୟରେ ଅଧ୍ୟକ୍ଷ ଶିବାନୀ ନାୟକ, ଦୁଲଣାପୁର ଉଚ୍ଚ ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେଉରା, ଦିଲୀପ ମହାପାତ୍ର, ସାମାଜିକ ଅନୁଷ୍ଠାନ ଶ୍ରୀରାମ କମିଟି କାର୍ଯ୍ୟାଳୟରେ ଆବାହକ ବିଶ୍ଵ ରଞ୍ଜନ ସ୍ୱାଇଁ,ତାଳବସ୍ତ ସେଵା ସମବାୟ ସମିତି ପରିସରରେ
ସଭାପତି ଅକ୍ଷୟ କୁମାର ବେହେରା, ତାଳବସ୍ତ ଡ୍ରାଇବର ମହାସଂଘ କାର୍ଯ୍ୟାଳୟ ରେ ସଭାପତି ରଞ୍ଜନ ବେହେରା ପ୍ରମୁଖ ସାଥି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥଲେ। ଅରପୁର ପ୍ରାଥମିକ ବିଦ୍ୟାଳୟ, ସମସ୍ତ ଅଙ୍ଗନବାଡି ଏବଂ ତାଳବସ୍ତ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଗ୍ରାମ ପରିକ୍ରମା ସହିତ ଦେଶ ସ୍ୱାଧୀନତା, ଗଣତନ୍ତ୍ର ବନ୍ଦନାକୁ ନେଇ ଚେକ ଗେଟ ଛକରେ ଆମେ ସହିଦ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Exit mobile version