Site icon Awaj Media

ତାଳବସ୍ତ କପିଳେଶ୍ଵର ମନ୍ଦିର ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଂଚାୟତର ବହୁ ପୁରାତନ ଶୈବ ମନ୍ଦିର ପ୍ରଭୁ କପିଳେଶ୍ଵରଙ୍କ ପୀଠରେ ଆୟୋଜିତ ପଚାଶତମ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ ମହା ସମାରୋହରେ ସୋମବାର ଦିନ ଉଦଯାପିତ ହୋଇଯାଇଅଛି |ଜାନୁଆରୀ 22 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ବାହାରୁ ଆସିଥିବା ପୂଜକ ମହାଶୟ ଏବଂ ସାଧୁ ସନ୍ଥଙ୍କ ଦ୍ଵାରା ଚାରିଦିନ ଧରି ବିଶ୍ଵଶାନ୍ତି ଯଜ୍ଞର ବିଭିନ୍ନ କାର୍ଯ୍ୟକ୍ରମ ଅଙ୍କୁରାରୋପଣ,କଳସଯାତ୍ରା, ଘଟସ୍ଥାପନା, ଅଗ୍ନିସ୍ଥାପନା, ସୂର୍ଯ୍ୟ ପୂଜା, ରୁଦ୍ରାଭିଷେକ ଧେନୁପୂଜା, ଚଣ୍ଡୀ ଓ ଗୀତାପାଠ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା | ଶେଷ ଦିବସର ପୂର୍ଣ୍ଣାହୁତି ଓ ଆନନ୍ଦବଜାର କାର୍ଯ୍ୟକ୍ରମରେ ବାଙ୍କୀର ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଜେପି ବିଧାୟକ ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ, ପୂର୍ବତନ ବିଧାୟକ ଡ଼ା ଦେବାଶିଷ ପଟ୍ଟନାୟକ, ବାଙ୍କୀ ବିକାଶ ମଞ୍ଚ ଅଧ୍ୟକ୍ଷ ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ |ଗ୍ରାମ ତରଫରୁ କର୍ତ୍ତା ହିସାବରେ ଆଦର୍ଶ ଦମ୍ପତି ଶ୍ରୀ ବିଜୟ ମହାନ୍ତି ଏବଂ ସ୍ନେହଲତା ମହାନ୍ତି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନା କରିଥିଲେ | ବ୍ରାହ୍ମଣ ମାନଙ୍କର ବୈଦିକ ମନ୍ତ୍ରଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇ ଉଠିଥିଲା |ତାଳବସ୍ତ ଗ୍ରାମ ସଭାପତି ଗୋବିନ୍ଦ ଚନ୍ଦ୍ର ଦାସ, ସେଵା ସମବାୟ ସମିତି ସଭାପତି ଅକ୍ଷୟ କୁମାର ବେହେରା, ସତ୍ୟ ସୁନ୍ଦର ସାହୁ,ସିଙ୍ଗନାଥ ବସ୍ତି, ରବୀନ୍ଦ୍ର କୁମାର ପାଣିଗ୍ରାହୀ, କୁମୁଦବନ୍ଧୁ ଲେଙ୍କା, ଶ୍ୟାମ ସୁନ୍ଦର ପରିଡା ,ବିପିନ ବିହାରୀ ପ୍ରଧାନ, ଗଦା ଧର ବସ୍ତି, ମିଟୁ ବସ୍ତି, ପଦୁ ବେହେରା,କାର୍ତ୍ତିକ ସାହୁ, ଦିଲୀପ ସେନାପତି, ପ୍ରସନ୍ନ ସାହୁ, ଗୟା ପ୍ରଧାନ, ବାଟି ମୁଦୁଲି, ପ୍ରଫୁଲ୍ଲ ସ୍ୱାଇଁ, ସୁଶାନ୍ତ କୁମାର ବେହେରା ପ୍ରମୁଖଙ୍କ ସହଯୋଗରେ ଚାରିଦିନ ଧରି ଚାଲିଥିବା ଯଜ୍ଞକାର୍ଯ୍ୟ ଉଦଯାପିତ ହୋଇଅଛି|

Exit mobile version